ବଜେଟ୍‌ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତିଙ୍କ ହାତରୁ ମିଠା ଖାଇ ସଂସଦକୁ ଗଲେ ସୀତାରମଣ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ଉପସ୍ଥାପନ ହୋଇଯାଇଛି। ୨୦୨୪ ମସିହା ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ପହଞ୍ଚିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଯେତେବେଳେ ନିର୍ମଳା ସୀତାରମଣ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଆସିଥିଲେ, ସେତେବେଳେ ମୁର୍ମୁ ତାଙ୍କୁ ମିଠା ଖୁଆଇ ତାଙ୍କର ସ୍ବାଗତ କରିଥିଲେ।  ପ୍ରେମ ଏବଂ ସମ୍ମାନରେ ପରିପୂର୍ଣ୍ଣ ଏହି ମୁହୂର୍ତ୍ତର ଫଟୋଗୁଡ଼ିକ ଏବେ ସାମ୍ନାକୁ ଆସିଛି। ଏହି ଅବସରରେ ସେ ନୀଳ ରଙ୍ଗର ଶାଢ଼ି ପିନ୍ଧିଥିବାର ନଜର ଆସିଥିଲେ। ଏହା ପରେ ନିର୍ମଳା ସୀତାରମଣ ସିଧା ସଂସଦ ଗୃହକୁ ଯାଇ ବଜେଟ୍ ଉପସ୍ଥାପନ କରିଥିଲେ।

ସେ ପୁଣି ଥରେ ପାରମ୍ପାରିକ ‘ବହି-ଖାତା’ ଶୈଳୀ ବ୍ୟାଗରେ ଆବୃତ ଏକ ଡିଜିଟାଲ୍ ଟ୍ୟାବଲେଟ୍ ନେଇ ଗୁରୁବାର ସଂସଦରେ ପହଞ୍ଚିଛନ୍ତି। ଗତ ତିନିବର୍ଷ ପରି ସେ ମଧ୍ୟବର୍ତ୍ତୀ ବଜେଟ୍ ୨୦୨୪-୨୫ କୁ ବିନା କାଗଜ ଫର୍ମାଟରେ ଉପସ୍ଥାପନ କରିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଯିବା ପୂର୍ବରୁ ସେ ତାଙ୍କ ଅଧିକାରୀଙ୍କ ସହିତ ତାଙ୍କ କାର୍ଯ୍ୟାଳୟ ବାହାରେ ଫଟୋ ଉଠାଇଥିଲେ। ଡିଜିଟାଲ୍ ଫର୍ମାଟରେ ବଜେଟ୍ ଉପସ୍ଥାପନ କରିବାକୁ ଥିବାରୁ ତାଙ୍କ ପାଖରେ ଏକ ବ୍ରିଫକେସ୍ ବଦଳରେ ଏକ ଟାବଲେଟ୍ ଥିଲା। ବିଧାନସଭା ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଷଷ୍ଠ ବଜେଟ୍ ଉପସ୍ଥାପନ କରିବେ।

Spread the love