ଚକୋଲେଟ ଖାଇ 9 ଛାତ୍ରଛାତ୍ରୀ ଅସୁସ୍ଥ

ଚକୋଲେଟ ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କୁମଣ୍ଡ ଚଣ୍ଡିବଜାର ସ୍ଥିତ ଅଲେଖପାଟଣା ପ୍ରାଥମିକ ବିଦ୍ୟାଳୟରେ । ଘଟଣାରୁ ପ୍ରକାଶ ଯେ ସ୍କୁଲର ଜଣେ ଛାତ୍ରଙ୍କ ଆଜି ଜନ୍ମ ଦିନ ଥିଲା । ଏଥିପାଇଁ ସେ ସ୍କୁଲର 26 ଜଣ ଛାତ୍ରଛାତ୍ରୀଙ୍କୁ ଚକୋଲେଟ୍ ବାଣ୍ଟିଥିଲେ । ତେବେ ଚକୋଲେଟ ଖାଇବାର କିଛି ସମୟ ପରେ ଅଧିକାଂଶ ଛାତ୍ରଛାତ୍ରୀଙ୍କର ପେଟ କାଟିବା ସହ ମୁଣ୍ଡ ବୁଲାଇ ବାନ୍ତି ହୋଇଥିଲା । ଶିକ୍ଷକ ଶିକ୍ଷୟତ୍ରୀମାନେ ଏହା ଦେଖି ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦେଇଥିଲେ ।

ପରିବାର ଲୋକ ଶିଶୁ ମାନଙ୍କ ଅବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ9 ଜଣ ଛାତ୍ରୀ ଙ୍କୁ ଭର୍ତ୍ତି କରା ଯାଇଥିବାବେଳେ ଆଉ କିଛି ଛାତ୍ରଛାତ୍ରୀ ଙ୍କୁ ଘରୋଇ ନର୍ସିଂହୋମ ରେ ଭର୍ତ୍ତି କରା ଯାଇଥିବା ସୂଚନା ମିଳିଛି । ତେବେ ସେମାନଙ୍କ ଅବସ୍ଥା ଭଲ ଥିବା ଜଣାପଡିଛି ।

Spread the love