ଆମ ବସଷ୍ଟାଣ୍ଡ ଅଧିନରେ ୧୩ଟି ଜିଲ୍ଲାର ୨୦ଟି ନୂତନ ବସଷ୍ଟାଣ୍ଡର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆମ ବସଷ୍ଟାଣ୍ଡ ଯୋଜନାରେ ୧୩ଟି ଜିଲ୍ଲାର ୨୦ଟି ନୂତନ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ବିଭିନ୍ନ ଅଞ୍ଚଳର ନୂତନ ବସଷ୍ଟାଣ୍ଡର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାମାଞ୍ଚଳର ରାସ୍ତା, ବସଷ୍ଟାଣ୍ଡର ଉନ୍ନତିକରଣ, ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିଛି ବୋଲି ବିଭିନ୍ନ ଅଞ୍ଚଳର ଲୋକ କହିଛନ୍ତି ।ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାକୁ ଆମ ବସଷ୍ଟାଣ୍ଡ ଯୋଜନାର ପରିକଳ୍ପନା କରାଯାଇଥିଲା । ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆମ ବସଷ୍ଟାଣ୍ଡର ଉଦଘାଟନ ସରିଛି । ପ୍ରଥମ ପର୍ଯ୍ୟାୟରେ ୫୫ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା ଯେଉଁ ମଧ୍ୟରୁ ୨୩ଟି ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ଏବେ ଆଉ ୨୦ଟି ବସଷ୍ଟାଣ୍ଡର ଲୋକାର୍ପଣ ହେଉଛି ।

Spread the love