ବିଜେପିରେ ଯୋଗଦେଇ ପାରନ୍ତି କମଲନାଥ, କାର୍ଯ୍ୟକ୍ରମ ବାତିଲ କରି ଦିଲ୍ଲୀ ଯାତ୍ରା

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦଳ ଛାଡିପାରନ୍ତି । ସେ ତାଙ୍କ ସାଂସଦ ପୁଅ ନକୁଲନାଥ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ନେଇ ଅଟକଳ ଜୋର ଧରିଛି । କୌଣସି ସମୟରେ କମଲନାଥ କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି । ଏହା ଏଥିପାଇଁ କୁହାଯାଉଛି କି, କମଲନାଥଙ୍କ ପୁଅ ନକୁଲନାଥ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ କଂଗ୍ରେସ ଲେଖା ହଟାଇଦେଇଛନ୍ତି । ଏହାସହ କମଲନାଥ ଛିନ୍ଦୱାଡା ଗସ୍ତ ବାତିଲ କରି ଦିଲ୍ଲୀଯାତ୍ରା କରିଛନ୍ତି । ଏହାକୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ ରହିଛି ।କିଛିଦିନ ହେବ ମଧ୍ୟପ୍ରଦେଶ ରାଜନୀତିରେ ଯେଉଁଭଳି ବୟାନବାଜୀ ଚାଲିଛି ତାହାକୁ ନଜର କଲେ ଅନୁମାନ କରାଯାଉଛି କି, ଖୁବଶୀଘ୍ର କମଲନାଥ ତାଙ୍କ ପୁଅଙ୍କ ସହ ବିଜେପିରେ ଯୋଗଦେଇପାରନ୍ତି । ସେପଟେ ବିଜେପିର ମଧ୍ୟପ୍ରଦେଶ ଅଧ୍ୟକ୍ଷ ବିଡି ଶର୍ମା କମଲନାଥ ତାଙ୍କ ପୁଅ ନକୁଲନାଥଙ୍କୁ ନେଇ ଶୁକ୍ରବାର ଦିନ ଏକ ବୟାନ ଦେଇଥିଲେ । ସେ କହିଥିଲେ କି, କମଲନାଥ ଓ ତାଙ୍କ ପୁଅ ଯଦି ବିଜେପିରେ ମିଶିବାକୁ ଚାହାଁନ୍ତି ତେବେ ତାଙ୍କ ପାଇଁ ବିଜେପିର ଦ୍ୱାର ସର୍ବଦା ଖୋଲା ରହିଛି ।

Spread the love