ଦିଲ୍ଲୀର ଜଖୀରା ନିକଟରେ ମାଲ୍‌ବାହୀ ଟ୍ରେନ୍‌ର ଅନ୍ୟୂନ ୮ ୱାଗନ୍‌ ଧାରଣାଚ୍ୟୁତ

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଚାରା ମଣ୍ଡି ଅନ୍ତର୍ଗତ ଜଖୀରା ଫ୍ଲାଇଓଭର୍‌ ନିକଟରେ ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ର ଅନ୍ୟୂନ ୮ଟି ୱାଗନ୍‌ ଧାରଣାଚ୍ୟୁତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଦୁର୍ଘଟଣା ସଂକ୍ରାନ୍ତରେ ସୂଚନା ପାଇବାକ୍ଷଣି ରେଳବାଇ ଅଧିକାରୀ ଟିମ୍‌ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ୱାଗନ୍‌ ସବୁ ଧାରଣାଚ୍ୟୁତ ହେଉଥିବା କଥା ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି। ରେଳ ଧାରଣା ଉପରେ ଧାରଣାଚ୍ୟୁତ ବଗି ସବୁ ପଡ଼ିଥିବା ଦୃଶ୍ୟ ଆଉ ଗୋଟାଏ ଭିଡିଓରେ ଦେଖାଯାଉଛି। ସଂଗୃହୀତ ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ମାଲ୍‌ବାହୀ ଟ୍ରେନ୍‌ଟି ଗୁଡ଼ାଯାଇଥିବା ଲୁହା ଚାଦର ନେଇ ମୁମ୍ବାଇରୁ ଚଣ୍ଡୀଗଡ଼ ଅଭିମୁଖେ ଯାଉଥିଲା। ରେଳବାଇ ଡିସିପି କେପିଏସ୍‌ ମାଲହୋତ୍ରା କହିଛନ୍ତି, ଏହି ଅଘଟଣରେ କେହି ମୃତାହତ ହୋଇଥିବା ସମ୍ଭାବନା ଏଡ଼ାଇ ଦେଇ ହେବନାହିଁ।  ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଚାଲିଛି। ଉତ୍ତରାଞ୍ଚଳ ରେଳବାଇ କହିଛି, ଆଜି ନୂଆଦିଲ୍ଲୀର ପଟେଲ୍‌ ନଗର-ଦୟାବସ୍ତି ସେକ୍‌ସନ୍‌ ଅଞ୍ଚଳରେ ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ ଧାରଣାଚ୍ୟୁତ ହୋଇଛି।

Spread the love