କଟକ, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଉ ୫ଟି ଜିଲ୍ଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍ ସେବା । କଟକ, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଲକ୍ଷ୍ମୀ ବସ୍ ଦ୍ୱାରା ଗାଁରୁ ସହରକୁ ସୁଲଭ ମୂଲ୍ୟରେ ଯାତ୍ରା କରିପାରିବେ ଲୋକ । ଏବଂ ମହିଳା ମାନେ ମାତ୍ର ୫ଟଙ୍କାରେ ପଂଚାୟତରୁ ବ୍ଲକକୁ ଯାତ୍ରା କରିପାରିବେ । କଟକ ବାଲିଯାତ୍ରା ତଳ ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଲକ୍ଷ୍ମୀ ବସ୍ ଯୋଜନାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକରେ ପ୍ରଥମ ପର୍ଯ୍ୟାୟରେ ୧୪ଟି ବ୍ଲକରେ ୨୮ଟି ବସ୍ର ଶୁଭାରମ୍ଭ ହୋଇଛି । ଏହି ବସ୍ ଗୁଡ଼ିକ ଜିଲ୍ଲାର ବିଭିନ୍ନ ପଂଚାୟତରୁ ବ୍ଲକ ସଦର ମହକୁମାକୁ ଚଳାଚଳ କରିବ । ଗ୍ରାମାଂଚଳରେ ଗମନାଗମନକୁ ସହଜ କରିବା ପାଇଁ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ ହୋଇଛି ।

Spread the love