ଆସିଲା ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା, ବାରାଣାସୀରୁ ଲଢିବେ ମୋଦୀ, ମୋଟ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା

ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ପ୍ରଥମ ତାଲିକାଲେ ମୋଟ ୧୯୫ ପ୍ରାର୍ଥୀଙ୍କ ତାଲିକା ରହିଛି । ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ମହାସଚିବ ବିନୋଜ ତାଓ୍ବଡେଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଢିବେ ।  ସେହିପରି ପ୍ରଥମ ଦଫା ତାଲିକାରେ ଲୋକସଭା ବାଚସ୍ପତି ଓମ ବିରଳାଙ୍କ ନାଁ ରହିଛି । ତେବେ ପ୍ରଥମ ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା  କରାଯାଇ ନାହିଁ ।ବିଜେପି ପକ୍ଷରୁ ପ୍ରକାଶିତ ପ୍ରଥମ ପ୍ରାର୍ଥୀ ତାଲିକାରେ ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୯୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ, ଅମିତ ଶାହା ଗାନ୍ଧୀନଗରରୁ, ରାଜନାଥ ସିଂହ ଲକ୍ଷ୍ନୌରୁ, ନୀତିନ ଗଡ଼କରୀ ନାଗପୁରରୁ ନିର୍ବାଚନ ଲଢ଼ିବେ। ଏହି ତାଲିକାରେ ମୋଟ ୩୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ଏହା ସହ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ପ୍ରଥମ ତାଲିକାରେ ୨୮ ଜଣ ମହିଳା ପ୍ରାର୍ଥୀଙ୍କ ନାମ ରହିଛି। ଏଥିସହିତ ୫୦ ବର୍ଷରୁ କମ୍ ବୟସର ୪୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପି ୨୭ ଜଣ ଏସସି ଓ ୧୮ ଜଣ ଏସଟି ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ।

Spread the love