ମହାଶିବରାତ୍ରୀରେ କ’ଣ କଲେ ଶୁଭ, ଜାଣି ରଖନ୍ତୁ…

ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ପବିତ୍ର ମନରେ ଆରାଧନା କଲେ ପ୍ରଭୁକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ହେଲେ ଜାଣନ୍ତି କି ଏମିତି ବି କିଛି ଖାସ୍‌ କାର୍ଯ୍ୟ ରହିଛି; ଯାହାକୁ ଏହି ପବିତ୍ର ଦିନରେ କଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ଅନେକ ବାସ୍ତୁଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ…

* ଘରେ ଯଦି ସବୁବେଳେ ଝଗଡ଼ା ଲାଗୁଥାଏ କିମ୍ବା ରୋଗବ୍ୟାଧି ଦେଖାଯାଉଥାଏ, ତା’ହେଲେ ଘରର ଉତ୍ତର ପୂର୍ବ ଦିଗରେ ଥିବା କୌଣସି ଶିବ ମନ୍ଦିରରେ ମହାଶିବରାତ୍ରୀ ଦିନ ଜଳାଭିଷେକ କଲେ ଏହି ସମସ୍ୟାରୁ ଅନେକାଂଶରେ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

* ସେହିପରି କୁହାଯାଏ, ଏହି ପବିତ୍ର ଦିନରେ ଭୋର୍‌ରୁ ଗଙ୍ଗାଜଳ, ମଧ୍ୟାହ୍ନରେ କ୍ଷୀର, ସନ୍ଧ୍ୟାରେ ମହୁ ଏବଂ ରାତିରେ ଘିଅରେ ପ୍ରଭୁଙ୍କର ଅଭିଷେକ କଲେ ଘରେ ସମସ୍ତଙ୍କର ମଙ୍ଗଳ ହେବା ସହ ସକାରାତ୍ମକ ଊର୍ଜ୍ଜା ବୃଦ୍ଧି ପାଇଥାଏ।

* ମହାଶିବରାତ୍ରୀ ଦିନ ମହାପ୍ରଭୁ ଶିବଙ୍କର ସମ୍ପୂର୍ଣ୍ଣ ପରିବାର(ଭଗବାନ ଶିବ, ମାତା ପାର୍ବତୀ, ପ୍ରଭୁ କାର୍ତ୍ତିକେୟ ଓ ପ୍ରଭୁ ଗଣେଶ) ଏକାଠି ଥିବା ଫଟୋ ଘରେ ଲଗାଇଲେ ପିଲାମାନେ ଆଜ୍ଞାକାରୀ ହୋଇଥାନ୍ତି। ପରିବାର ସଦସ୍ୟଙ୍କ ଭିତରେ ପ୍ରେମ, ଭଲ ପାଇବା ବଢିଥାଏ।

* ଏହି ପବିତ୍ର ଦିନରେ ଓମ୍‌ ନମଃ ଶିବାୟ ମନ୍ତ୍ର ଜପ କରିବା ସହ ପ୍ରଭୁଙ୍କୁ ୧୦୮ ବେଲପତ୍ର ଅର୍ପଣ କରିବା ଶୁଭ ହୋଇଥାଏ। ପ୍ରଭୁଙ୍କୁ ଅର୍ପଣ କରିଥିବା ବେଲପତ୍ରରୁ ଗୋଟିଏ ଆଶୀର୍ବାଦ ସ୍ବରୂପ ଆଣି ଘରର ଟ୍ରେଜେରୀରେ ରଖିଲେ, ଆର୍ଥିକ ସମସ୍ୟା ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି।

Spread the love