“ମୋଦୀ କା ପରିବାର”: ୨୦୨୪ ନିର୍ବାଚନ ପାଇଁ ଜାରି ହେଲା ବିଜେପି ସ୍ଲୋଗାନ୍‌

ନୂଆଦିଲ୍ଳୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦଳର ସଭାପତି ଜେପି ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତା ସୋସିଆଲ ମିଡିଆ ପ୍ଲାଟଫର୍ମରେ ୨୦୨୪ ମସିହା ନିର୍ବାଚନ ପାଇଁ  “ମୋଦୀ କା ପରିବାର” ସ୍ଲୋଗାନ ଦେଇଛନ୍ତି। ଏହାପୂର୍ବରୁ ତେଲେଙ୍ଗାନାର ଆଦିଲାବାଦରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କର ନୂତନ ସ୍ଲୋଗାନ ହେଉଛି “ତୁମେ ମୋଦୀ ଏବଂ ମୋଦୀ ତୁମର”। ସେ ଏହା ମଧ୍ୟ କହିଥିଲେ ଯେ ଆଜି ସମଗ୍ର ଦେଶ ଗୋଟିଏ ସ୍ୱରରେ କହୁଛନ୍ତି, ‘ମେଁ ହୁଁ ମୋଦୀ କା ପରିବାର(ମୁଁ ମୋଦୀଙ୍କ ପରିବାର)’।ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ  ବ୍ୟକ୍ତିଗତ ଆକ୍ରମଣ କରିବାର ଗୋଟିଏ ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦଳର ସଭାପତି ଜେପି ନାଡାଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତାହାର ଜବାବ ଦେଇଛନ୍ତି। ଲାଲୁ କହିଥିଲେ ଯେ ‘‘ଯଦି ନରେନ୍ଦ୍ର ମୋଦୀଙ୍କର ନିଜର ପରିବାର ନାହିଁ ତେବେ ଆମେ କ’ଣ କରିପାରିବା? ମୋଦୀ କହୁଛନ୍ତି କି ସେ ରାମ ମନ୍ଦିରକୁ ନେଇ ଗର୍ବିତ। ଏପରିକି ସେ ଜଣେ ପ୍ରକୃତ ହିନ୍ଦୁ ମଧ୍ୟ ନୁହଁନ୍ତି। ହିନ୍ଦୁ ପରମ୍ପରାରେ ଜଣେ ପୁଅ ନିଜ ପିତାମାତାଙ୍କ ମୃତ୍ୟୁ ପରେ ମୁଣ୍ଡ ବାଳ ଓ ଦାଢ଼ି କାଟିଥାନ୍ତି। ଯାହାକି ମୋଦୀ କରିନାହାନ୍ତି।’’

Spread the love