ସରପଂଚ ପଦ ପାଇଁ ୨ ବର୍ଷର ଲଢ଼େଇ : ସୀତାରାଣି ସେନାପତିଙ୍କୁ ବିଜୟୀ ଘୋଷଣା କଲେ ବାଲେଶ୍ୱର ଜିଲ୍ଲା ଦୌରାଜଜ୍

ଭୋଗରାଇ: ଦୁଇ ବର୍ଷର ନ୍ୟାୟିକ ଲଢେଇ ପରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନାରାୟଣ ମହାନ୍ତି ପଡିଆର ସରପଞ୍ଚ ସୀତା ରାଣୀ ସେନାପତିଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି ହାଇକୋର୍ଟ। ୨୦୨୨ ସରପଞ୍ଚ ନିର୍ବାଚନ ରେ ଅଧିକ 4 ଖଣ୍ଡ ଭୋଟ ପାଇ ବିଜୟ ହୋଇଥିଲେ। କିନ୍ତୁ ସ୍ଥାନୀୟ ପ୍ରଶାସନ ରାଜନୈତିକ ଚାପରେ ତାଙ୍କ ପ୍ରତିଦ୍ବନ୍ଦୀ ରାଧାରାଣୀ ବେହେରାଙ୍କୁ ବିଜୟୀ ଘୋଷଣା କରିଥିଲେ। ଏହାକୁ ନେଇ ଶ୍ରୀ ସେନାପତି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟ ତାଙ୍କୁ ନ୍ୟାୟ ପ୍ରଦାନ ପୂର୍ବକ ସରପଞ୍ଚ ଭାବେ ବିଜୟୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ସରପଂଚ ପଦ ପାଇଁ ନ୍ୟାୟାଳୟରେ ୨ ବର୍ଷର ଲଢ଼େଇ । ଶେଷରେ ବାଲେଶ୍ୱର ଭୋଗରାଇ ବ୍ଲକ ନାରାୟଣ ମହାନ୍ତି ପଡ଼ିଆ ପଂଚାୟତ ସରପଂଚ ଭାବେ ସୀତାରାଣି ସେନାପତିଙ୍କୁ ବିଜୟୀ ଘୋଷଣା କରିଛନ୍ତି ବାଲେଶ୍ୱର ଜିଲ୍ଲା ଦୌରାଜଜ୍ । ୨୦୨୨ ପଂଚାୟତ ନିର୍ବାଚନରେ ୪ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ ସୀତାରାଣି ସେନାପତି । ସରପଂଚ ନେଇ ତାଙ୍କ ନାମ ମଧ୍ୟ ଘୋଷଣା ସରିଥିଲା । କିନ୍ତୁ ପ୍ରଶାସନିକ ଚାପରେ ପୁନଃ ଗଣତି କରାଯାଇ ପ୍ରତିଦ୍ୱନ୍ଦି ରାଧାରାଣୀ ବେହେରାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଯାହାକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୀତାରାଣି । ଏବେ ୨ବର୍ଷ ପରେ ଆସିଛି କୋର୍ଟଙ୍କ ରାୟ । ଆଉ ସୀତାରାଣୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି କୋର୍ଟ ।

Spread the love