ଟ୍ରେନ ଦୁର୍ଘଟଣାର ଶିକାର ହୋଇ ନିରାଶ ହୋଇଯାଇଥିବା ଚିତ୍ରଶିଳ୍ପୀଙ୍କ ଶରୀରରେ ହାତ ପ୍ରତିରୋପଣ କଲେ ଡାକ୍ତର

ନୂଆଦିଲ୍ଲୀ: ଟ୍ରେନ ଦୁର୍ଘଟଣାରେ ହାତ ହରାଇ ନିରାଶ ହୋଇଯାଇଥିବା ଜଣେ ଚିତ୍ରଶିଳ୍ପୀଙ୍କୁ ଡାକ୍ତର ନୂଆ ଜୀବନ ଦେଇଛନ୍ତି କହିଲେ କମ ହେବ ନାହିଁ। କାରଣ ଜଣେ ଚିତ୍ରଶିଳ୍ପୀ ପାଇଁ ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ହାତର ଭୂମିକା ଖୁବ ଗୁରୁତ୍ବପୁର୍ଣ୍ଣ ରହିଥାଏ। କାରଣ ଚିତ୍ରଶିଳ୍ପୀ ଜଣକ  ତାଙ୍କ ହାତ ଆଧାରରେ ହିଁ  କାଳର ଜାଦୁ ଦେଖାଇଥାଆନ୍ତି।ଘଟଣାଟି ହେଉଛି ଏପରି… ଦକ୍ଷିଣ ଦିଲ୍ଲୀର ଏକ ପ୍ରମୁଖ ସ୍କୁଲର ପୂର୍ବତନ ପ୍ରଶାସନିକ ମୁଖ୍ୟ ମିନା ମେହେଟ୍ଟାଙ୍କୁ ବ୍ରେନ ଡେଡ ଭାବେ ଡାକ୍ତର ଘୋଷଣା କରି ଦେଇଥିଲେ।  ମିନା ମୃତ୍ୟୁ ପୂର୍ବରୁ ତାଙ୍କର ଶରୀରର ସମସ୍ତ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ଆଧାର କରି ଡାକ୍ତରଙ୍କ ଠାରୁ ବ୍ରେନ ଡେଡ ସୂଚନା ପାଇବା ପରେ ମିନାଙ୍କ ପରିବାର ଅଙ୍ଗଦାନ ପାଇଁ ଥିବା ସମସ୍ତ ନିୟମକୁ ସୂଚନାରୁରୂପେ ପୁରଣ କରିଥିଲେ।

ତେଣୁ ‌ବ୍ରେନ ଡେଡ ଘୋଷଣା ହେବାପରେ ମିନାଙ୍କ କିଡନି, ଲିଭର ଓ ହାତ ଅନ୍ୟ ଲୋକଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ତେବେ ମିନାଙ୍କ ହାତ ଜଣେ ଚିତ୍ରଶିଳ୍ପୀଙ୍କ ଶରୀରରେ ପ୍ରତିରୋପଣ ପରେ ଉକ୍ତ ବ୍ୟକ୍ତିଙ୍କୁ ନୂଆ ଜୀବନ ମିଳିଥିଲା। ଏସବୁ ସାର୍-ଗଙ୍ଗାରାମ ହସ୍ପିଟାଲର ଡାକ୍ତରୀ ଦଳଙ୍କ କଠିନ ଉଦ୍ୟମ ବିନା ସମ୍ଭବ ନଥିଲା। ୧୨ଘଣ୍ଟାର ଅକ୍ଳାନ୍ତ ଚେଷ୍ଟା ପରେ ଯାଇ ଚିତ୍ରଶିଳ୍ପୀଙ୍କ ଶରୀରରେ ମିନାଙ୍କ ହାତ ପ୍ରତିରୋପଣ କରାଯାଇଥିଲା। ଏହି ଘଟଣା ପରେ ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ ବୋଲି ପୁଣି ପ୍ରମାଣିତ ହୋଇଯାଇଛି।

Spread the love