ଆମେଥି ଓ ୱାୟନାଡରୁ ଲଢିବେ ରାହୁଲ ଗାନ୍ଧି, ରାୟବରେଲିରୁ ପ୍ରିୟଙ୍କା : ସୂତ୍ର
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଉତ୍ତରପ୍ରଦେଶର ଆମେଥି ଓ କେରଳର ୱାୟନାଡରୁ ଲୋକସଭା ନିର୍ବାଚନ ଲଢ଼ିବେ। ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲିରୁ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ସୂତ୍ରରୁ ମିଳିଥିବା ସୂଚନାକୁ ଭିତ୍ତି କରି ଇଣ୍ଡିଆ ଟିଭି ରିପୋର୍ଟ କରିଛି । ଏହା ଫଳରେ ଏଥର ଆମେଥିରେ ପୁଣି ରାହୁଲ ଗାନ୍ଧି ଓ ସ୍ମୃତି ଇରାନୀଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଆମେଥିରୁ ସ୍ମୃତିଙ୍କୁ ଟିକେଟ ଦେବାକୁ ବିଜେପି ପୂର୍ବରୁ ହିଁ ଘୋଷଣା କରିସାରିଛି ।