ଖଣି ନିଲାମ: JSWକୁ ଦୁଇଟି, ଆର୍ସେଲରକୁ ମିଳିଲା ଗୋଟିଏ ଖଣି

ତିନୋଟି ବଡ ଖଣିର ନିଲାମ ଶେଷ ହୋଇଛି। ନୂଆଗାଁ, ନାରାୟଣ ପୋଷୀ ଓ ଠାକୁରାଣୀ ମାଇନ୍ସ ନିଲାମ ଶେଷ ହୋଇଛି। ସଜ୍ଜନ ଜିନ୍ଦଲ ଗ୍ରୁପର ଜେଏସଡବ୍ଲୁ ନୂଆଗାଁ ଓ ନାରାୟଣପୋଷୀ ଲୁହାପଥର ଖଣି ହାତେଇଛି । ପ୍ରମୁଖ କମ୍ପାନୀଙ୍କୁ ପଛରେ ପକାଇ ସର୍ବାଧିକ ନିଲାମଧାରୀ ଭାବରେ ଜେଏସଡବ୍ଲୁ ଏହି ଦୁଇଟି ଖଣି ପାଇଛି। ସେହିପରି ଆର୍ସେଲର ମିତ୍ତଲ ଗ୍ରୁପକୁ ଠାକୁରାଣୀ ମାଇନ୍ସ  ମିଳିଛି।  ଜେଏସଡବ୍ଲୁ ଓଡିଶାର ଜଗତସିଂହପୁର ଜିଲ୍ଲାରେ 10 ମିଲିୟନ ଟନ କ୍ଷମତା ବିଶିଷ୍ଟ ଏକ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ବସାଇବାକୁ ଯାଉଛି। ଏଥିପାଇଁ ସରକାର ନୀତିଗତ ମଞ୍ଜୁରୀ ମିଳି ସାରିଛି । ଆସନ୍ତା ମାର୍ଚ୍ଚ 31 ଶେଷ ସୁଦ୍ଧା 19ଟି ଲୁହା ପଥର ଖଣିର ଅବଧି ଶେଷ ହୋଇଥିବାବେଳେ ଏଥିରୁ 3ଟି ଶେଷ ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ନିଲାମ ପ୍ରକ୍ରିୟା ଶେଷ ହେବା ସହିତ ସବୁ ଲିଜଧାରୀଙ୍କୁ ଲେଟର ଅଫ ଇଣ୍ଟେଣ୍ଟ ପ୍ରଦାନ କରାଯିବ।

Spread the love