ଫେବୃୟାରୀ 6 ରୁ ଉପଲବ୍ଧ ହେବ ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ

ଫେବୃୟାରୀ 6 ରୁ ଉପଲବ୍ଧ ହେବ ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ। ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ଏହି ଆଡମିଟ୍ କାର୍ଡ www.bseodisha.ac.in ରେ ଉପଲବ୍ଧ ହେବ । ଏହି ୱେବସାଇଟରୁ ନିଜ ନିଜ ଲଗଇନ ଓ ପାସୱାର୍ଡ ବ୍ୟବହାର କରି ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷା ପାଇଁ 5 ଲକ୍ଷ 47 ହଜାର 747 ଜଣ ପରୀକ୍ଷାର୍ଥୀ 2 ହଜାର 767ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ସୂଚନା ଅନୁସାରେ, ଚଳିତବର୍ଷ ଫେବୃୟାରୀ 19 ରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ରାଜ୍ୟରେ ସମୁଦାୟ ପରୀକ୍ଷାର୍ଥୀଙ୍କ ସଂଖ୍ୟା 5 ଲକ୍ଷ 60 ହଜାର 891 ରହିଥିବା ବେଳେ 28 88ଟି କେନ୍ଦ୍ରରେ ପରୀକ୍ଷା କରାଯିବ। 

Spread the love