ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ବର୍ଷକୁ ମିଳିବ ୧୫ ଦିନ ସାମୟିକ ଛୁଟି

ରାଜ୍ୟର ସମସ୍ତ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା । ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ମିଳିବ ୧୫ ଦିନର ସାମୟିକ ଛୁଟି । ଏହାସହ ମହିଳା କର୍ମଚାରୀଙ୍କୁ ମିଳିବ ବେତନ ସହିତ ପ୍ରସୂତିକାଳୀନ ଛୁଟି । ଏହାଦ୍ୱାରା ଉପକୃତ ହେବେ ରାଜ୍ୟର ୯୪୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩୩ ହଜାର ୪୨୦ କର୍ମଚାରୀ । ଏମାନଙ୍କ ମଧ୍ୟରେ ଅଛନ୍ତି ମଦ୍ରାସା ଓ ସଂସ୍କୃତ ଶିକ୍ଷକ । ସରକାରଙ୍କ ଏହି ଘୋଷଣାରେ ଉପକୃତ ହୋଇପାରିବେ ୩୯ ସଂସ୍କୃତ ଟୋଲ ଓ ୧୩୮ ମଦ୍ରାସାରେ କାର୍ଯ୍ୟରତ କର୍ମଚାରୀ ।

Spread the love