ରାସ୍ତା ଉପରେ ନମାଜ ପାଠକୁ ନେଇ ଉତ୍ତେଜନା

ନୂଆଦିଲ୍ଲୀ: ଦିଲ୍ଲୀର ରାସ୍ତାରେ ନମାଜ ପାଠ କରିବା ନେଇ ଉତ୍ତେଜନା ଦେଖାଦେଇଥିଲା। ଇନ୍ଦ୍ରଲୋକ ପୁଲିସ ଷ୍ଟେସନ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା ବ୍ୟକ୍ତିଙ୍କ ସହ ଜଣେ ପୁଲିସ ଦୁର୍ବ୍ୟବହାର କରିଥିବାର ଖବର ସାମ୍ନାକୁ ଆସିଥିଲା। ଏହା ପରେ ଲୋକମାନେ ରାଗିଯାଇ ସ୍ଥାନୀୟ ଅଞ୍ଚଳରେ ହଙ୍ଗାମା ସୃଷ୍ଟି କରିଥିଲେ। ଏପରିକି ହଙ୍ଗାମା କରୁଥିବା ଲୋକମାନେ ଇନ୍ଦ୍ରଲୋକ ପୁଲିସ ଷ୍ଟେସନକୁ ଘେରାଉ କରିଥିଲେ। ସେପଟେ ଆନ୍ଦୋଳନରତ ଲୋକମାନଙ୍କୁ ପୋଲିସ ବୁଝାସୁଝା କରୁଥିବାର ନଜର ଆସିଥିଲେ। ଆଜି ଅର୍ଥାତ ଶୁକ୍ରବାର ମାର୍ଚ୍ଚ ୮ ତାରିଖରେ ନମାଜ ପାଠ ପାଇଁ କିଛି ଲୋକ ଇନ୍ଦ୍ରଲୋକ ଥାନା ଅଞ୍ଚଳରେ ଏକତ୍ରିତ ହୋଇଥିଲେ। ଏହା ସହିତ ସାମୂହିତ ନମାଜ ପାଠ ମଧ୍ୟ କରିଥିଲେ। ଏହାକୁ ଦେଖି ଦିଲ୍ଲୀ ପୁଲିସର କିଛି କର୍ମଚାରୀ ଓ ଯବାନ ସେଠାରେ ପହଞ୍ଚିଥିଲେ। ସେଠାରେ ନମାଜ ପଢୁଥିବା ଲୋକଙ୍କ ଉପରେ ଦୁର୍ବ୍ୟବହାର କରିଥିଲା ପୁଲିସ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଏହା ସହିତ ପୋଲିସ ଆଚରଣକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ।

Spread the love