ପୁଣି ବିବାଦୀୟ ବୟାନ ଦେଲେ କପିଲ ମିଶ୍ରା

ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ପ୍ରାର୍ଥୀ କପିଲ ମିଶ୍ରା ।  ପୁନର୍ବାର ଆପ୍‌କୁ ଟାର୍ଗେଟ କରି କଟୁ ବୟାନ ଦେଇଛନ୍ତି । ଟ୍ବିଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍‌ ଆଦମୀ ପାର୍ଟିର ନାମ ମୁସଲିମ ଲିଗ୍‌ ହେବା ଦରକାର ବୋଲି କହିଛନ୍ତି । କପିଲ ମିଶ୍ରା ଟ୍ବିଟରେ ଆମ୍‌ ଆଦମୀ ପାର୍ଟିର ନୂଆ ନାମ ମୁସଲିମ ଲିଗ୍‌ ହେବା ଦରକାର ବୋଲି କହିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଉମର ଖାଲିଦ, ଅଫଜଲ ଗୁରୁ, ବୁରହାନ ଓ୍ବାନି ଭଳି ଆତଙ୍କବାଦୀଙ୍କୁ ଯିଏ ନିଜର ପିତା ବୋଲି ମାନୁଛନ୍ତି ତାଙ୍କୁ ଯୋଗୀ ଆଦିତ୍ୟନାଥଙ୍କୁ ଦେଖିଲେ ଡର ଲାଗୁଛି। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ କପିଲ ମିଶ୍ରା ଶାହିନ ବାଗକୁ ମିନି ପାକିସ୍ତାନ କହିଥିଲେ। ଏହା ବ୍ୟତୀତ ସେ ଟ୍ଵିଟ୍ କରି କହିଥିଲେ ଯେ, ଫେବୃଆରୀ ୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ସଡ଼କରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢେଇ ହେବ । ଏହି ବିବାଦୀୟ ବୟାନ କାରଣରୁ ନିର୍ବାଚନ ଆୟୋଗ କପିଲ ମିଶ୍ରାଙ୍କ ନିର୍ବାଚନ ପ୍ରଚାର ଉପରେ ୪୮ ଘଣ୍ଟା ପାଇଁ ରୋକ୍ ଲଗାଇଥିଲେ ।

Spread the love