ଖୋର୍ଦ୍ଧା ବରୁଣେଇ ପୀଠରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍

ଖୋର୍ଦ୍ଧା ବରୁଣେଇ ପୀଠ ପରିଦର୍ଶନ ସହ ମନ୍ଦିର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଭୋର ସାଢ଼େ ୫ଟାରେ ମନ୍ଦିରରେ ପହଁଚି ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ଏହାପରେ ବେଢ଼ା ପରିକ୍ରମା କରି ମନ୍ଦିର ରୂପାନ୍ତରଣ ସମ୍ପର୍କରେ ବରିଷ୍ଠ ଅଧିକାରୀ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ସୀତାକୁଣ୍ଡ, ପାହାଡ଼ ଶିଖରକୁ ଯିବା ରାସ୍ତା, ରୋପ ୱେର ଅନୁଧ୍ୟାନ କରିଛନ୍ତି । ଭକ୍ତଙ୍କୁ ଉତ୍ତମ ସେବା ପ୍ରଦାନ ଓ ସୁବିଧା ସୁଯୋଗ ନେଇ ଖୋର୍ଦ୍ଧା ବରୁଣେଇ ପୀଠରେ ହେଉଛି ଉନ୍ନତିମୂଳକ କାର୍ଯ୍ୟ । ରୂପାନ୍ତିକରଣ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ କାମ ଶେଷ କରିବାକୁ ଗୁରୁତ୍ୱ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ୫ଟି ଅଧ୍ୟକ୍ଷଙ୍କ ସହ ଉପସ୍ଥିତ ଥିଲେ କ୍ରୀଡ଼ା ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ।

Spread the love