ସପ୍ତାହେ ବ୍ୟାପୀ ସବୁ ବ୍ଲକରେ ହେବ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ

ଆସନ୍ତା ମାର୍ଚ୍ଚ 5ରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ପାଇଳ ପାଇଁ ବଡ ଆୟୋଜନ କରାଯାଉଛି। 7ଦିନ ବ୍ୟାପୀ ଏହା ସମସ୍ତ ବ୍ଲକ ଓ ନିର୍ବାଚନମଣ୍ଡଳୀରେ ପ୍ରବାଦ ପୁରୁଷଙ୍କ ଜୟନ୍ତୀ ପାଳନ କରାଯିବ । ପ୍ରଥମ ଦିନ ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକ ବାଲିଯାତ୍ରା ପଡିଆରେ ସମାରୋହ କରାଯିବ। ଏନେଇ ସୋମବାର ବିଜେଡି କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି । ଏହି 7 ଦିନ ମଧ୍ୟରେ ମହିଳା, ଯୁବ ଓ ଛାତ୍ର ବିଜେଡି ପାଇଁ କିଛି କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ବିଜୁ ବାବୁଙ୍କ ସାହାସିକତା ଓ ଓଡିଶା ଗଢିବାରେ ବଳିଦାନର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଯିବ । ଏହାସହ 20 ବର୍ଷର ସଫଳତା କଥା ବି ଲୋକଙ୍କୁ ଜଣାଇବ ବିଜେଡି । ଆଜି ବିଜେଡି କାର୍ଯ୍ୟାଳୟରେ ବସିଥିବା ବୈଠକରେ ଏହି ସବୁ ଯୋଜନା ପ୍ରସ୍ତୁତ କରାଯାଇଛି । ଯାହାକୁ ଅନୁମୋଦନ ପାଇଁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଯିବ ବୋଲି ସୂଚନା ମିଳିଛି। ତେବେ ଏହି ପ୍ରସ୍ତୁତି ବୈଠକ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବାବେଳେ ଏଥିରେ ଅନେକ ମନ୍ତ୍ରୀ, ନେତା ଓ ବିଧାୟକ ଉପସ୍ଥିତ ଥିଲେ।

Spread the love