ସପ୍ତାହରେ ସର୍ବାଧିକ ମାଛ ଖାଇବା ରାଜ୍ୟ ତାଲିକାରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା

ଦେଶରେ ଆମିଷ ପ୍ରିୟ ଲୋକଙ୍କ ଥାଳିରେ ମାଛର ଭାଗ ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ସପ୍ତାହରେ ସର୍ବାଧିକ ମାଛ ଖାଇବା ରାଜ୍ୟ ତାଲିକାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ତାଲିକାର ପ୍ରଥମରେ ଆସାମ ଓ ତ୍ରିପୁରା ରହିଛନ୍ତି । ଏହାସହ ଦେଶରେ ମୁଣ୍ଡ ପିଛା ମାଛ ବ୍ୟବହାର ଗତ ୧୫ବର୍ଷରେ ଦ୍ୱିଗୁଣିତ ହୋଇ ୮କେଜି ୮୯ଗ୍ରାମରେ ପହଂଚିଛି ।

ଓଡ଼ିଆଙ୍କ ପସନ୍ଦ ‘ମାଛ’। ମାଛ ଖାଇବାରେ ଦ୍ୱିତୀୟରେ ଓଡ଼ିଶା। ସପ୍ତାହରେ ଦ୍ୱିତୀୟ ସର୍ବାଧିକ ମାଛ ଖାଆନ୍ତି ଓଡ଼ିଆ। ଓଡ଼ିଶାରେ ସପ୍ତାହକୁ ୬୬.୮% ଲୋକ ମାଛ ଖାଉଛନ୍ତି। ୬୯% ସହ ଆସାମ ଓ ତ୍ରିପୁରା ଯୁଗ୍ମ ଭାବେ ପ୍ରଥମରେ ରହିଛନ୍ତି। ୬୫.୭୫% ସହ ଚତୁର୍ଥରେ ପଶ୍ଚିମବଙ୍ଗ। ତ୍ରିପୁରାରେ ସର୍ବାଧିକ ୯୯.୩୫% ଲୋକ ମାଛ ଖାଆନ୍ତି। ହରିୟାଣାରେ ସର୍ବନିମ୍ନ ୨୦.୫୫% ଲୋକ ମାଛ ଖାଆନ୍ତି। ୱାର୍ଲ୍ଡ ଫିସ୍ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ମାଛର ଚାହିଦା: କେଉଁଠି ବେଶି କେଉଁଠି କମ୍?। ପ୍ରତିଦିନ ମାଛ ଖାଇବାରେ ୫୩.୫% ସହ ପ୍ରଥମ ସ୍ଥାନରେ କେରଳ। ଗୋଆରେ ୩୬.୨%, ପଶ୍ଚିମବଙ୍ଗରେ ୨୧.୯୦%, ମଣିପୁରରେ ୧୯.୭୦%। ଆସାମରେ ୧୩.୧୦%, ତ୍ରିପୁରା ୧୧.୫୦% ଲୋକ ପ୍ରତିଦିନ ମାଛ ଖାଆନ୍ତି। ଗତ ୧୫ବର୍ଷରେ ଜାମ୍ମୁକାଶ୍ମୀରରେ ମାଛ ବ୍ୟବହାର ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହି ସମୟରେ ପଂଜାବରେ ମାଛ ବ୍ୟବହାର କମିଛି। ଦେଶରେ ମୁଣ୍ଡପିଛା ମାଛ ବ୍ୟବହାର ୧୫ବର୍ଷ ଭିତରେ ଦ୍ୱିଗୁଣିତ ହୋଇଛି। ଏହା ଏବେ ୮କେଜି ୮୯ଗ୍ରାମରେ ପହଂଚିଛି। ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ମାଛ ଖାଉଛନ୍ତି। ନିଜ ଭୋଜନରେ ମାଛକୁ ସାମିଲ କରିଥିବା ଲୋକଙ୍କ ହାର ୭୨.୧%କୁ ବଢ଼ିଛି। ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତ ମାଛ ଉତ୍ପାଦନକାରୀ ଦେଶ। ବିଶ୍ୱ ଉତ୍ପାଦନ ପ୍ରତି ଏହାର ଅବଦାନ ୮%
Spread the love