ରେସ୍ତୋରାଂ କର୍ମଚାରୀଙ୍କୁ ଛୁରୀ ଦେଖାଇ ଧମକାଇଲେ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର  ଜଣାଶୁଣା ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ଏକ ଭିଡିଓ ଭାଇରାଲ ହୋଇଛି।  ଏକ ରେସ୍ତୋରାଂକୁ ଯାଇ ଖାଇବା ମାଗିଥିଲେ। ଖାଦ୍ୟ ସରିଯାଇଥିବା ରେସ୍ତୋରାଂ କର୍ମଚାରୀ କହିବାରୁ ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ପୁଣି ଛୁରିଦେଖାଇ ଭଯଭିତ କରିଥିଲେ।  ତାଙ୍କର ଏପରି ଅସଭ୍ୟ ଆଚରଣ ସିସିଟିଭିରେ କଏଦ ହୋଇଥିଲା। ସୂଚନା ମୂତାବକ, ଗତ ରବିବାର ରାତିରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଓ ତାଙ୍କ ୩ ସହଯୋଗୀ ଏକ ରେସ୍ତୋରାଂରେ ପହଞ୍ଚିଥିଲେ।  ଦୋକାନ ବନ୍ଦ ସମୟ ହୋଇଯାଇଥିବାରୁ ରେସ୍ତୋରାଁରେ ସଟର ପଡିଥିଲା। ତେବେ ସେହି ସମୟରେ ଦିଲ୍ଲୀପ ନିଜ ସହଯୋଗୀଙ୍କ ସହ ପହଁଞ୍ଚି ଅଣ୍ଡା ଆମଲେଟ ସହ କିଛି ଖାଇବାକୁ ବନାଇବାକୁ କହିଥିଲେ, ହେଲେ ସମୟ ହୋଇଥିବାରୁ ଏହା ସମ୍ଭବ ନୁହେଁ ବୋଲି କହିଥିଲେ ରେସ୍ତୋରାଁର କର୍ମଚାରୀ ଜଣକ କହିଥିଲେ । ଯାହାକୁ ନେଇ ସେ ଉତକ୍ଷିପ୍ତ ହୋଇଯାଇଥିଲେ।  ସହରବାସୀଙ୍କୁ ସୁରକ୍ଷା ଦେଉଥିବା କମିଶନରେଟ ପୋଲିସ ଏବେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲ।

Spread the love