ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ମାମଲା : ଭାରତର ତାଗିଦ ପରେ ବି ଆମେରିକା ଅଟଳ

କ୍ରେଜିୱାଲଙ୍କ ଗିରଫ ନେଇ ଭାରତ ବାରମ୍ବାର ତାଗିଦ କରିବା ପରେ ମଧ୍ୟ ଆମେରିକା ପୁଣି ଏକ ବୟାନ ଦେଇଛି । ଆମେରିକା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ମେଥ୍ୟୁ ମିଲର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି, ଆମେ ପୂର୍ବରୁ ଦେଇଥିବା ବୟାନ ଉପରେ ସ୍ଥିର ରହିଛୁ ଓ ଏହାକୁ ନେଇ କେହି ଦୁଃଖ ପ୍ରକାଶ କରିବା ଉଚିତ ନୁହେଁ । ଆମେ ଆଶା କରୁଛୁ କି ମାମଲାର ନିରପେକ୍ଷ, ପାରଦର୍ଶି ଓ ଠିକ୍ ସମୟରେ ଆଇନ ପ୍ରକ୍ରିୟା ସମାପ୍ତ ହେବ ।ଆମେରିକାର ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ବୁଧବାର ଦିନ ଭାରତର ବିଦେଶ ମନ୍ତ୍ରଣାଳୟ ଏହି ମାମଲାରେ ଆମେରିକାର କୂଟନୈତିଜ୍ଞ ଗ୍ଲୋରିୟା ବାରବେନାଙ୍କୁ ନୋଟିସ କରିଥିଲା । ଏହାପରେ ଗ୍ଲୋରିୟାଙ୍କ ସହ ଭାରତ ବିଦେଶ ମନ୍ତ୍ରଣାଳୟ ପାଖାପାଖି ୪୦ ମିନିଟ୍ ଧରି ଆଲୋଚନା କରିଥିଲା । ଏନେଇ ବୁଧବାର ଦିନ ଆମେରିକା ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା କହିଥିଲେ କି ଏହି ବୈଠକରେ କ’ଣ ଆଲୋଚନା ହେଲା ତାର ସୂଚନା ଦିଆଯାଇପାରିବ ନାହିଁ ।ଭାରତ ଅସନ୍ତୁଷ୍ଟ ପ୍ରକାଶ କରିବା ପରେ ମଧ୍ୟ ଆମେରିକା ତରଫରୁ ଅରବିନ୍ଦ କେଜ୍ରିୱାଲଙ୍କ ଗରିଫ ମାମଲାକୁ ନେଇ ପୁଣି ପ୍ରତିକ୍ରିୟା ଦେଇଛି । କେବଳ କେଜ୍ରିୱାଲଙ୍କ ଗିରଫଦାରୀ ନୁହେଁ କେନ୍ଦ୍ର ସରକାରଙ୍କ ତରଫରୁ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ନେଇ ମଧ୍ୟ ଆମେରିକା ତରଫରୁ ବୟାନ ଜାରି କରାଯାଇଛି । ଆମେରିକା କୂଟନୈତିଜ୍ଞ ମାଥ୍ୟୁ ମିଲର କହିଛନ୍ତି କି, ଏହି ଦୁଇଟି ମାମଲା ଉପରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନ ନେଇ ଆମର ନଜର ରହିଛି ।

Spread the love