ସୋଆରେ ପଚଂମ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା

ଭୁବନେଶ୍ୱର, ମାର୍ଚ୍ଚ ୩୦ : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍‌) ପକ୍ଷରୁ ଶୁକ୍ରବାର ଦିନ ପଚଂମ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଫଳ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପିକା ଡକ୍ଟର ଶୁଭ୍ରାଜ୍ୟୋତି ମିଶ୍ର ବକ୍ତା ଭାବେ ଯୋଗ ଦେଇ କୃଷି ଭିତିକ ତଥା ଉଦ୍ୟାନ କୃଷି ଭିତିକ ବର୍ଜ୍ୟବସ୍ତୁ ର ସୁବିନିଯୋଗ ଓ ପରିଚାଳନା ର ଆଧୁନିକ ଦିଗ ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ ।
ଏହି ବକ୍ତୃତାମାଳାର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଆଇଏଏସ୍ ର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ମିଶ୍ର ଏଭଳି ପ୍ରୟାସ କୁ ସାଧୁବାଦ ଦେବା ସହ ନିଜ ଅଭିଭାଷଣରେ ବକ୍ତା ଡକ୍ଟର ଶୁଭ୍ରାଜ୍ୟୋତି ମିଶ୍ରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।
ପ୍ରଫେସର ଜଗମୋହନ ଲାଲ ଗୁଲାଟି ଏହି ବକ୍ତୃତାମାଳାର ଉଦ୍ଦେଶ୍ୟ ବିଷୟରେ କହିଥିଲେ । ଅଧ୍ୟାପକ ରାଜୀବ କୁମାର ବେହେରା ଧନ୍ୟବାଦ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ସବୁ ବିଭାଗର ବିଭାଗୀୟ ମୁଖ୍ୟ, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love