ବସଷ୍ଟାଣ୍ଡରେ ହେବ ସପିଂ ମଲ୍- ପ୍ରତାପ ଜେନା

ରାଜ୍ୟର ସବୁ ବସଷ୍ଟାଣ୍ଡଗୁଡ଼ିକର ହେବ ଉନ୍ନତୀକରଣ। ପ୍ରମୁଖ ବସଷ୍ଟାଣ୍ଡଗୁଡ଼ିକୁ ବିମାନ ବନ୍ଦର ଭଳି ଉନ୍ନତମାନର କରାଯିବ। ପ୍ରମୁଖ ବସଷ୍ଟାଣ୍ଡରେ ସପିଂ ମଲ୍ ଓ ମଲଟି ଫ୍ଲେକ୍ସ ମଧ୍ୟ ରହିବ ବୋଲି ଆଜି ଉନ୍ନତୀକରଣ ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।  କ୍ରୁଟ୍ ପକ୍ଷରୁ ଆୟୋଜିତ କର୍ମଶାଳାରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିଲେ। ଏହି ସମୟରେ ସେ  ଚଳିତ ବର୍ଷର ୫୦ଟି ଇ-ବସ୍ ନେଇ ସୂଚନା ଦେଇଥିଲେ। ଓଏସଆରଟିସି ବସକୁ ମୋ ବସ୍ ଭଳି ଉନ୍ନତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

Spread the love