ଆଜି କିମ୍ବା କାଲି ଆସିପାରେ କଂଗ୍ରେସର ପ୍ରାର୍ଥୀ ତାଲିକା

ସିଇସି ବୈଠକ ପରେ ଭୁବନେଶ୍ୱର ଫେରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆଜି ନହେଲେ ଆସନ୍ତାକାଲି ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି ବୋଲି ସେ କହିଛନ୍ତି ।
ଶରତ କହିଛନ୍ତି, ସିଇସି ବୈଠକରେ ସମସ୍ତ ଲୋକସଭା ଓ ବିଧାନସଭା ଆସନ ନେଇ ବିସ୍ତୁତ ଭାବରେ ଆଲୋଚନା ହୋଇଛି । ପ୍ରାର୍ଥୀ ତାଲିକା ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ଖୁବଶୀଘ୍ର ନାମ ଘୋଷଣା କରାଯିବ । ରବିବାର ଦିଲ୍ଲୀରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ସମେତ ୧୬ ଜଣ ସଦସ୍ୟ ଯୋଗଦେଇଥିଲେ । ଓଡ଼ିଶାରୁ ଶରତ ପଟ୍ଟନାୟକ ଓ ନରସିଂହ ମିଶ୍ରଙ୍କ ସହ ରାଜ୍ୟ ପ୍ରଭାରୀ ଅଜୟ କୁମାର ସାମିଲ ହୋଇଥିଲେ । ବୈଠକରେ ଓଡ଼ିଶାର ୨୧ଟି ଲୋକସଭା ଓ ୧୪୭ ବିଧାନସଭା ଆସନ ଉପରେ ଆଲୋଚନା କରାଯାଇଛି । କିଭଳି ଯୋଗ୍ୟ ଓ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ୍ ମିଳିବ ସେନେଇ ଆଲୋଚନା ହୋଇଥିଲା । ପ୍ରଗ୍ମନ୍ ଆପ୍ରୁ ମିଳିଥିବା ତଥ୍ୟ ଓ ବିଭିନ୍ନ ସର୍ଭେ ରିପୋର୍ଟ ମଧ୍ୟ କମିଟି ଆଗରେ ରଖାଯାଇଥିଲା । ତେଣୁ ଆଜି କିମ୍ବା କାଲି ଓଡ଼ିଶାର ପ୍ରଥମ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ ।

Spread the love