କେଜ୍ରିୱାଲଙ୍କ ପାଇଁ ୭ତାରିଖରେ ଅନଶନରେ ବସିବେ ଆପ୍ ନେତା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅବକାରୀ ନୀତି ମାମଲାରେ ଏବେ ତିହାର ଜେଲରେ ରହିଛନ୍ତି । ଏହାକୁ ବିରୋଧ କରି ଆମ୍ ଆଦମୀ ପକ୍ଷରୁ ଏପ୍ରିଲ ୭ ତାରିଖରେ ଦିଲ୍ଲୀର ଜନ୍ତରମନ୍ତ୍ରର ଠାରେ ଅନଶନ କରିବାକୁ ଯାଉଛି । ଏନେଇ ଆମ୍ ଆଦମୀ ପାର୍ଟିର ନେତା ଗୋପାଳ ରାୟ ସୂଚନା ଦେଇଛନ୍ତି । ଏନେଇ ଗୋପାଳ ରାୟ କହିଛନ୍ତି କି, ଯଦି ଦିଲ୍ଲୀ କିମ୍ବା ଅନ୍ୟ ରାଜ୍ୟର ଲୋକ କେଜ୍ରିୱାଲଙ୍କୁ ଭଲ ପାଉଥାନ୍ତି ତେବେ ଏପ୍ରିଲ ୭ ତରିଖରେ କେଉଁଠି ବି ଅନଶନ କରିପାରିବେ ।ସେପଟେ କେଜ୍ରିୱାଲଙ୍କ ଗିରଫଦାରୀକୁ ବେଆଇନ କହି ଆପ୍ ନେତ୍ରୀ ଆତିଶୀ ମାରଲେନା ବିଜେପିକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କି, ଆମ୍ ଆଦମୀ ପାର୍ଟିକୁ ସମାପ୍ତ କରିବାକୁ ବିଜେପି ଜାତୀୟ ତଦନ୍ତ ସଂସ୍ଥାଗୁଡିକର ଅପବ୍ୟବହାର କରୁଛି । ସେପଟେ ଜେଲରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡିଥିବାରୁ ଏହାକୁ ନେଇ ଆତିଶୀ ଚିନ୍ତାପ୍ରକଟ କରିଛନ୍ତି । ସେ କହିଛନ୍ତି କି, ଜେଲ ଭିତରେ ଯଦି କେଜ୍ରିୱାଲଙ୍କର କିଛି ଅସୁବିଧା ହୁଏ ତେବେ ଦେଶର ନାଗରିକ ବିଜେପିକୁ କ୍ଷମା କରିବେ ନାହିଁ ।ଆତିଶୀ ଦାବି କରିଛନ୍ତି ଯେ ଯେଭଳି ଭାବେ ଅରବିନ୍ଦ କେଜ୍ରିୱାଲଙ୍କୁ ମଧୁମେହ ସ୍ତର ତଳକୁ ଖସୁଛି ତାଙ୍କୁ ସେହି ହିସାବରେ ମେଡିସିନ ଦିଆଯାଉନାହିଁ । ଏଭଳି ଅନ୍ୟାୟ ବିଜେପି ଇଙ୍ଗିତରେ ହେଉଛି ବୋଲି ଆତିଶୀ ଅଭିଯୋଗ କରିଛନ୍ତି ।

Spread the love