ପ୍ରେମିକ ମାଥିୟାସ ବୋଏଙ୍କୁ ବିବାହ କଲେ ତାପସୀ ! ଭାଇରାଲ ହେଲା ଭିଡିଓ

ମୁମ୍ବାଇ: ପ୍ରେମିକ ମାଥିୟାସ ବୋଏଙ୍କୁ ବିବାହ କଲେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ। ଭାଇରାଲ ହେଲା ଭିଡିଓ । ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୁବଶୀଘ୍ର ବିବ‌ାହ କରିବାକୁ ଯାଉଥିବା ଖବର ଚର୍ଚ୍ଚାର ରହିଥିଲା। ତେବେ ନିଜର ବିବାହ ପ୍ରସଙ୍ଗରେ ତାପସୀ କୌଣସି ପ୍ରତିକ୍ରିୟା ରଖିନଥିବାରୁ ଖବରକୁ ନେଇ ଦ୍ବନ୍ଦ୍ବ ରହିଥିଲା। ଏବେ ତାଙ୍କ ବିବାହର ଭିଡିଓ ଭାଇରାଲ ହେବା ପରେ ‌ସେ ବିବାହ କରିଥିବା ନେଇ ସ୍ପଷ୍ଟ ହୋଇଛି।

ଭାଇରାଲ ହେଉଥିବା ଏହି ଭିଡିଓରେ, ତାପସୀ ପନ୍ନୁ ଏକ ଲାଲ୍ ରଙ୍ଗର ସାଲୱାର ସୁଟ୍ ପିନ୍ଧି ବିବାହ ମଣ୍ଡପକୁ ପ୍ରବେଶ କରୁଥିବା ଦେଖାଯାଇଛି। ଏହି ସମୟରେ ଅଭିନେତ୍ରୀ ନିଜ ବନ୍ଧୁମାନଙ୍କ ସହ ନାଚି ନାଚି ବିବାହ ମଣ୍ଡପ ଆଡକୁ ଆସୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ଦୁହିଁଙ୍କ ବିବାହ ଖବର ସାମ୍ନାକୁ ଆସିଥିଲେ ବି ଦୁହେଁ ଏନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ। ଏବେ ସେମାନଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଦୁହେଁ ବିବାହ କରିଥିବା ସ୍ପଷ୍ଟ ହୋଇଛି।
ଉଲ୍ଲେଖଯୋଗ୍ୟ, ୨୦୧୩ରେ ହୋଇଥିବା ଇଣ୍ଡିଆନ ବ୍ୟାଡମିଂଟନ ଲିଗ ଅବସରରେ ଡେନମାର୍କର ଅଲିମ୍ପିକ ପଦକ ବିଜେତା ମାଥିଏସ ବୋଏଙ୍କୁ ତାପସୀ ଭେଟିଥିଲେ । ଏହାପର ଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ଦୀର୍ଘ ୧୦ବର୍ଷ ଧରି ତାପସୀ ଓ ବୋଏ ଡେଟିଂ କରିବା ପରେ ଶେଷରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ଦୁହେଁ କ‌ାହାକୁ କିଛି ନକହି ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିବା ଖବର କିଛି ଦିନ ତଳେ ଭାଇରାଲ ହୋଇଥିଲା, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।
Spread the love