୪୨ ଡିଗ୍ରିରେ ସିଝିଲା ବୌଦ୍ଧ ଓ ମାଲକାନଗିରି, ରାଜ୍ୟର ୧୧ ସହରରେ ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ବର: ଏପ୍ରିଲ ପ୍ରଥମ ସପ୍ତାହରୁ ପ୍ରବଳ ଖରା ଅନୁଭୂତ ହୋଇଛି। ଖରାରେ ରାଜ୍ୟବାସୀ ସିଝିଛନ୍ତି। ମାଲକାନଗିରି ଓ ବୌଦ୍ଧରେ ଅଧିକ ଅସହ୍ୟ ହୋଇପଡ଼ିଛି। ଉଭୟ ମାଲକାନଗିରି ଓ ବୌଦ୍ଧରେ ଆଜି ଦିନର ତାପମାତ୍ରା ସର୍ବାଧିକ ୪୨ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୧, ନୂଆପଡ଼ାରେ ୪୦.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। କଟକରେ ୩୮ ଓ ଭୁବନେଶ୍ବରରେ ତାପମାତ୍ରା ୩୭.୪ ଡିଗ୍ରି ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହି ପାରେ। ଅର୍ଥାତ ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି। ଶୁକ୍ରବାର ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ମାଲକାନଗିରି, ନୟାଗଡ଼, କେନ୍ଦୁଝର ଜିଲ୍ଲାରେ ଗ୍ରଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି। ସେହିପରି ବଲାଙ୍ଗିର, କନ୍ଧମାଳ, ବୌଦ୍ଧ ଓ ଭଦ୍ରକ ଜିଲ୍ଲାରେ ରାତି ପ୍ରବଳ ଗୁଳୁଗୁଳି ହୋଇପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Spread the love