ଆହୁରି ସହଜ ହେବ କ୍ୟାନ୍ସର ଚିକିତ୍ସା । ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ‘ସିଆରଟି-ସେଲ’ର ହେଲା ଶୁଭାରମ୍ଭ

ମୁମ୍ବାଇ ଠାରେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱଦେଶୀ ସିଆରଟି ସେଲ ଥେରାପୀର ଶୁଭାରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ କହିଛନ୍ତି ,ଏହା ଭାରତ ତଥା ମାନବ ସମାଜ ପାଇଁ ବଡ ଉପଲବ୍ଧି । ଆଇଆଇଟି ମୁମ୍ବାଇ ଓ ଟାଟା ମେମୋରିଆଲ ସେଣ୍ଟର ଦ୍ୱାରା ସିଆରଟି-ସେଲ ଥେରାପିକୁ ସ୍ୱଦେଶୀ ଜ୍ଞାନ କୌ÷÷ଶଳରେ ବିକଶିତ କରାଯାଇଛି । ଏହା ବିଶ୍ୱର ସବୁଠୁ ଶସ୍ତା ଓ କ୍ୟାନ୍ସର ଚିକିତ୍ସାରେ ବେଶ ସହାୟକ ହୋଇପାରିବ । ସିଆରଟି ସେଲ ଥେରାପୀର ଶୁଭାରମ୍ଭ କରି ରାଷ୍ଟ୍ରପତି କହିଛନ୍ତି, ଏହି ଥେରାପି ଆତ୍ମନିର୍ଭର ଭାରତ ଅଭିଯାନର ଏକ ଉଦାହରଣ । ଏହା ଭାରତୀୟ ବୈଜ୍ଞାନିକ ଓ ଚିକିତ୍ସକଙ୍କ କ୍ଷମତାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରୁଛି । ଭାରତର ପ୍ରଥମ ଜିନ ଥେରାପି ପ୍ରାରମ୍ଭିକ ପର୍ଯ୍ୟାୟ କ୍ୟାନସରର ଚିକିତ୍ସାକୁ ସହଜ କରିବ । ଏହା କର୍କଟ ରୋଗ ସହ ଯୁଝୁଥିବା ରୋଗୀଙ୍କ ପାଇଁ ଏକ ଆଶାର କିରଣ ହେବ ବୋଲି କହିଛନ୍ତି ଦ୍ରୌପଦୀ ମୁର୍ମୁ । ଏହା ସିଆରଟି-ସେଲ ଥେରାପି ରକ୍ତ କର୍କଟ ରୋଗଠୁ ଆରମ୍ଭ କରି ବିଭିନ୍ନ ପ୍ରକାର କର୍କଟ ରୋଗକୁ ଠିକ କରିପାରିବ ବୋଲି କୁହାଯାଉଛି ।

Spread the love