ବିହାରରେ ମଜବୁତ ହେଲା ଇଣ୍ଡିଆ ମେଣ୍ଟ :ମେଣ୍ଟରେ ସାମିଲ ହେଲେ ମୁକେଶ ସାହାଣୀ

ବିହାରରେ ମହାମେଣ୍ଟରେ ଆସନ ବୁଝାମଣା ସରିଛି । ମାତ୍ର କିଛି ଦିନ ହେବ ଭିଆଇପି ମୁଖ୍ୟ ମୁକେଶ ସାହାଣୀଙ୍କର ବିରୋଧୀଦଳ ନେତା ତେଜସ୍ୱୀ ଯାବଙ୍କ ସହ ଆଲୋଚନା ଚାଲିଥିଲା । ଏହି କ୍ରମରେ ଆଜି ମୁକେଶ ସାହାଣୀ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଛନ୍ତି । ମୁକେଶ ସାହାଣୀ ଇଣ୍ଡିଆ ମେଣ୍ଟରେ ସାମିଲ ହେବା ପରେ ଆରଜେଡି କୋଟାରେ ଥିବା ୨୬ଟି ଲୋକସଭା ଆସନ ମଧ୍ୟରୁ ମୁକେଶ ସାହାଣୀଙ୍କ ପାର୍ଟିକୁ ଆରଜେଡି ୩ଟି ଆସନ ଛାଡିଛି । ଏହି ମେଣ୍ଟ ଅବସରରେ ତେଜସ୍ୱୀ ଯାଦବ ଓ ମୁକେଶ ସାହାଣୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା । ମଞ୍ଚରୁ ତେଜସ୍ୱୀ ଯାଦବ କହିଛନ୍ତି କି, ଏବେ ବିହାରରେ ଏନଡିଏ ସବୁ ଆସନରେ ପରାଜିତ ହେବାକୁ ଯାଉଛି । ସେପଟେ ଇଣ୍ଡିଆ ମେଣ୍ଟରେ ସାମିଲ ହେବା ପରେ ମୁକେଶ ସାହାଣୀ କହିଛନ୍ତି କି, ଦେଶକୁ ସ୍ୱାଧୀନ କରିବା ପାଇଁ ସେତେବେଳେ ଭାରତୀୟମାନେ ଯେଭଳି ସଂଘର୍ଷ କରିଥିଲେ, ଚଳିତ ନିର୍ବାଚନରେ ତାଙ୍କ ଦଳ ସେହିଭଳି ସଂଘର୍ଷ କରିବ । ଏହାସହ ତାଙ୍କୁ ମିଳିଥିବା ଆସନ ବ୍ୟତୀତ ବିହାରର ସମସ୍ତ ଆସନ ପାଇଁ ମୁକେଶ ସାହାଣୀ ପ୍ରଚାର କରିବେ ବୋଲି କହିଛନ୍ତି ।

ଯଦି ଜାତିଗତ ଭୋଟକୁ ହିସାବକୁ ନିଆଯିବ ତେବେ ବିହାରର ମୋଟ ଜନସଂଖ୍ୟା ମଧ୍ୟରୁ ୬ ପ୍ରତିଶତ ମଲ୍ଲାହ ଜାତିର ଲୋକ ରହିଛନ୍ତି । ଏହା ରାଜ୍ୟର ୧୦-୧୫ ଆସନ ଉପରେ ପ୍ରଭାବ ପକାଇଥାଏ । ୨୦୨୦ ବିଧାନସଭା ନିର୍ବାଚନରେ ମୁକେଶ ସାହାଣୀଙ୍କ ଭିଆଇପି ପାର୍ଟି ୪୦ଟି ଆସନରେ ନିର୍ବାଚନ ଲଢିଥିଲା । ଯାହା ମଧ୍ୟରୁ ୪ଟି ଆସନରେ ବିଜୟୀ ହୋଇଥିଲା ।

Spread the love