ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଜୋରଦାର ପ୍ରଚାର: ଅଧିଷ୍ଠାତ୍ରୀ ଦେବୀ ମାଆ ପ୍ରଧାନପାଟେଶ୍ୱରୀଙ୍କ ଆଶୀର୍ବାଦ ପରେ କଲେ ପ୍ରଚାର

ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ଆରମ୍ଭ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ଆଜି ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିବା ବେଳେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ପାଛୋଟି ନେଇଥିଲେ ଦଳର ନେତା ଓ କର୍ମୀ । ପ୍ରଥମେ ଦେଗଡ଼ର ଅଧିଷ୍ଠାତ୍ରୀ ମାଆ ପ୍ରଧାନପାଟେଶ୍ୱରୀଙ୍କ ଆଶୀର୍ବାଦ ନେଇଥିଲେ ପ୍ରଣବ । ଏହାପରେ ସାଧାରଣ ସଭାରେ ଯୋଗଦେଇ ଲୋକଙ୍କୁ ଭୋଟ ମାଗିଛନ୍ତି । କୌଣସ ନେତାଙ୍କ ନାଁ ନନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ପ୍ରଣବ ।ଜାତୀୟ ଦଳ ଓଡ଼ିଶାକୁ ବିନ୍ଦୁ ଭାବେ ଦେଖୁଥିବା ବେଳେ ବିଜେଡି ରାଜ୍ୟକୁ ସିନ୍ଧୁ ଭାବେ ଗ୍ରହଣ କରିଥିବା ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଉମାଶଙ୍କର ସାହୁଙ୍କ ସହ ବହୁ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

Spread the love