ଆଉ ଏଟିଏମ କାର୍ଡର ଆବଶ୍ୟକତା ପଡିବନି, ଖୁବଶୀଘ୍ର ୟୁପିଆଇ ଜରିଆରେ କରିପାରିବେ ଟଙ୍କା ଡିପୋଜିଟ୍ । ବଡ ଘୋଷଣା କଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍

ୟୁପିଆଇକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବଡ ଘୋଷଣା କରିଛି । ୟୁପିଆଇ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ଆଗକୁ ବଡ ସୁବିଧା ମିଳିବାକୁ ଯାଉଛି । ଯେଉଁ ସୁବିଧା ଅନୁଯାୟୀ, ୟୁପିଆଇ ଜରିଆରେ ଆକାଉଣ୍ଟରେ ଟଙ୍କା ଜମା କରିହେବ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଖୁବଶୀଘ୍ର ୟୁପିଆଇ ଦ୍ୱାରା ଏଟିଏମରେ ଟଙ୍କା ଜମା କରିବାକୁ ହେବ । ଏହି ସୁବିଧା ଉପଲବ୍ଧ ହେଲେ ଏଟିଏମର ବ୍ୟବହାର ବହୁଳ ମାତ୍ରାରେ କମିଯିବ । ଶକ୍ତିକାନ୍ତ ଦାସ କହିଛନ୍ତି, ଏହି ସେବା ଆସିବା ଦ୍ୱାରା ଲୋକଙ୍କୁ ବହୁତ ସୁବିଧା ମିଳିବ । ଟଙ୍କା ଜମା ପାଇଁ ଆଉ ବ୍ୟାଙ୍କ ଧାଇଁବାକୁ ପଡିବନି । ବ୍ୟାଙ୍କ ଠାରୁ ଦୂରରେ ରହିଥିଲେ ମଧ୍ୟ ଟଙ୍କା ଡିପୋଜିଟ୍ କରିପାରିବେ । ବିନା ଏଟିଏମ କାର୍ଡରେ ଟଙ୍କା ଜମା କରିପାରିବେ । ଏବେପର୍ଯ୍ୟନ୍ତ ଟଙ୍କା ଜମା ଓ ଉଠାଣ ପାଇଁ ଡେବିଟ୍ କାର୍ଡର ଆବଶ୍ୟକତା ପଡୁଥିଲା । କିନ୍ତୁ ୟୁପିଆଇ ସୁବିଧା ଆସିବା ଦ୍ୱାରା କାର୍ଡର ଆବଶ୍ୟକତା ପଡିବନି । ଖୁବଶୀଘ୍ର ବ୍ୟାଙ୍କ ଗୁଡିକ ଏଟିଏମରେ ୟୁପିଆଇ ସୁବିଧା ଉପଲବ୍ଧ କରିବେ । ଯାହାଦ୍ୱାରା ୟୁପିଆଇ ଦ୍ୱାରା ହିଁ ଏଟିଏମରେ ବେଶ ସହଜରେ ଟଙ୍କା ଜମା କରିପାରିବେ ।

Spread the love