ପାଣିରେ ବୁଡ଼ି ବିହାରୀ ଯୁବକଙ୍କ ମୃତ୍ୟୁ

ରାଇରଙ୍ଗପୁର/ଜାମଦା: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବଡ଼ଦୁନ୍ଦୁ ସରକାରୀ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ‌ହେଲେ ଜାକିର ହୁସେନ(୩୬)। ସୂଚନା ଅନୁଯାଇ ମୃତକ ଜଣଙ୍କ ବିହାରର ପୂର୍ବ ଚମ୍ପାରନ ମତିହାରି ଜିଲ୍ଲାର ତରକଲିଆ ଥାନା ଅନ୍ତର୍ଗତ ଚାରଗାଁ ଗ୍ରାମର ଇନୁସ ମିଆଁଙ୍କ ପୁତ୍ର ଜାକିର ହୁସେନ ବୋଲି ଜଣାପଡିଛି। ସେ କାଚ ସାମଗ୍ରୀ ବ୍ୟବସାୟ କରିବା ପାଇଁ ଓଡ଼ିଶା ଆସିଥିଲେ। ଗତ ରାତିରେ ପୋଖରୀ ତୁଠକୁ ଯାଇ ଫେରି ନଥିବାରୁ ଅନ୍ୟ ବ୍ୟବସାୟୀ ସାଙ୍ଗମାନେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ସକାଳୁ ଗ୍ରାମବାସୀ ପୋଖରୀରେ ଭାସୁଥିବାର ଦେଖି ଦମକଳ ବାହିନୀକୁ ଯୋଗାଯୋଗ କରିବା ପରେ ଶବ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ କରି ତାଙ୍କ ପରିବାର ଲୋକଙ୍କୁ ହସ୍ତ୍ରନ୍ତର କରାଯାଇଛି। ଏନେଇ ବହଳଦା ଥାନାରେ ଏକ ଅପମୃତ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Spread the love