ଝାରସଗୁଡା ମଲ୍ଟିସ୍ପେଶିଆଲିଷ୍ଟ ହସ୍ପିଟାଲ କରିବାକୁ ଘୋଷଣା କରନ୍ତୁ ରାଜ୍ୟ ସରକାର : ବିଜେପି

ଭୁୁବନେଶ୍ୱର, ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ମିଥ୍ୟା କହି କେବଳ ବାହା ବାହା ମାରୁଛନ୍ତି । ସେ ସାରା ଓଡିଶା ବୁଲି ବିଭିନ୍ନ ମେଡିକାଲ ଦେଖିଲେ କିନ୍ତୁ ନିଜ ନିର୍ବାଚନମଣ୍ଡଳୀରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭୃଲିଗଲେ । ଗତ ମେ ୨୦୧୯ ରେ ଝାରସୁଗୁଡା ଜିଲ୍ଲାର ମଙ୍ଗଳବଜାର ସ୍ଥିତ ମୁଖ୍ୟ ଡାକ୍ତରଖାନା ଚିକିତ୍ସାଳୟକୁ ସହରରୁ ୧୫ କିମି ଦୂରକୁ ସ୍ଥାନାନ୍ତରଣ କରାଯାଇଥିଲା । ସେ ସମୟରେ ଦଳ ମତ ନିର୍ବିଶେଷରେ ପୁରୁଣା ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ଆନ୍ଦୋଳନ ହୋଇଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଝାରସୁଗୁଡାବାସୀଙ୍କୁ ସେହି ମେଡିକାଲକୁ ଉନ୍ନତିକରଣ କରି ଚଲାଇ ରଖିବା ନେଇ ପ୍ରତିଶୃତି ଦେଇଥିଲେ । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କରିଲେ ନାହିଁ । କହି ଦେଉ ଥାଏ ପରକୁ ବୁଦ୍ଧି ନଦିଶଇ ଘରକୁ ଭଳି ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ ଦାସ ନିଜ ପ୍ରତିଶୃତି କଥା ଭୃଲି ଝାରସୁଗୁଡାବାସୀଙ୍କ ପ୍ରତି ପ୍ରତାରଣା କରିଛନ୍ତି ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଝାରସୁଗୁଡା ସହରରେ ଦେଢଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି ।

ମୁଖ୍ୟ ଡାକ୍ତରଖାନା ୧୫ କିମି ଦୂରରେ ଥିବାରୁ ଗରିବ ରୋଗୀମାନେ ବ୍ୟାପକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଗମନାଗମନର ବ୍ୟବସା୍ଥ ନଥିବାରୁ ବିଶେଷ କରି ଗର୍ଭବତୀ ମହିଳାମାନଙ୍କୁ ନୂତନ ହସ୍ପିଟାଲକୁ ନେବା କାଠିକର ପାଠ ହେଉଛି । ଦୀପ ତଳ ଅନ୍ଧୀର ଭଳି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀରେ ଲୋକମାନଙ୍କୁ ଠିକ୍ ଭାବେ ସ୍ୱାସ୍ଥ୍ୟ ସେବା ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଗାମୀ ୭ ଦିନ ଭିତରେ ରାଜ୍ୟସରକାର ଓ ସ୍ୱାସ୍ଥ୍ୟ ବିଭାଗ ମଙ୍ଗଳ ବଜାର ସ୍ଥିତ ପୁରୁଣା ହସ୍ପିଟାଲକୁ ୫୦ଟି ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଷ୍ଟ ହସ୍ପିଟାଲ କରିବାକୁ ଘୋଷଣା କରନ୍ତ ୁା ଏହା ସହ ପ୍ରସୂତ ିମହିଳାଙ୍କ ସେବା ପାଇଁ ସେଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ । ସହରରୁ ୧୫ କିମି ଦୂରରେ ହୋଇଥିବା ମୁଖ୍ୟ ଚିକିତ୍ସାଳୟକୁ ଗମନାଗମନର ସୁବ୍ୟବସ୍ଥା କରାଯାଇ ସରକାରୀ ବସର ଚାଲୁ କରାଯାଉ ବୋଲି ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି । ଯଦି ୭ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଦାବିକୁ ଗହ୍ରଣ ନକରିବେ ଆଗାମୀ ଦିନରେ ଝାରସୁଗୁଡା ଜିଲ୍ଲାରେ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ଶ୍ରୀ ତ୍ରୀପାଠି ଚେତାବନୀ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love