ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ହେଲେ ନିସ୍ତାର ନାହିଁ- ସମୀର ଦାସ

ଆଗକୁ ଆସୁଛି ପିଲାଙ୍କ ମାଟ୍ରିକ ପରୀକ୍ଷା। ପରୀକ୍ଷା କିଭଳି ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ, ପିଲାମାନେ କିଭଳି ଭାବରେ ତ୍ରୁଟି ବିହୀନ ପରୀକ୍ଷା ଦେବେ ସେନେଇ -ସରକାର ଚିନ୍ତାରେ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଉଛି। ପ୍ରତି ବର୍ଷ ପ୍ରଶ୍ନପତ୍ର ଭାଇରାଲ୍ ଘଟଣା ଘଟୁଥିଲେ ମଧ୍ୟ ଚଳିତ ବର୍ଷ କିଭଳି ଭାବରେ ତ୍ରୁଟି ବିଚ୍ୟୁତ ଢଙ୍ଗରେ ପରୀକ୍ଷା ହେବ ସେନେଇ ବିଭିନ୍ନ ପ୍ରଚେଷ୍ଟା କରାଯାଉଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ସମୀର ଦାଶ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲକୁ ନେଇ କହିଛନ୍ତି ଯେ, ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସଂପୃକ୍ତ ସେଣ୍ଟର ଦାୟିତ୍ଵରେ ଥିବା ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ। ଭାଇରାଲ୍ ନହେବା ପାଇଁ କୋଡ଼ିଂ ବ୍ୟବସ୍ଥା ହୋଇଛି। ଆଶା କରୁଛୁ ଏଥର ପ୍ରଶ୍ନପତ୍ର ଭାଇରାଲ୍ ହେବନି।

Spread the love