କୋକଝରାରରେ ମୋଦୀଙ୍କ ସମ୍ବୋଧନ, ମୋ ଉପରେ ଅଛି ମାଆ ଓ ଭଉଣୀଙ୍କ ରକ୍ଷା କବଚ, କେହି ଲାଠିମାଡ଼ କରିପାରିବେ ନାହିଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଏକ ଜନସଭାରେ ସମ୍ବୋଧିତ କରିଛନ୍ତି। ସେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ମୋଦୀ କହିଛନ୍ତି ଯେ, କିଛି ନେତା ତାଙ୍କୁ ଲାଠି ମାଡ଼ କରିବା କଥା କହୁଛନ୍ତି, କିନ୍ତୁ ଦେଶର ମାଆ ଓ ଭଉଣୀଙ୍କ ଆଶୀର୍ବାଦରେ ମୁଁ ବଞ୍ଚିଯିବି। କିଛି ଲୋକ ସିଏଏ ଓ ଏନଆରସିକୁ ନେଇ ଭ୍ରାନ୍ତି ଧାରଣା ପ୍ରଚାର କରୁଛନ୍ତି। ତେଣୁ ମୁଁ ଏଠାକାର ଲୋକମାନଙ୍କୁ କହିବି ଯେ, ସେମାନେ ଏଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। କୋକରାଝାରରେ ଏକ ଜନସଭାରେ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ଆଜି ଯେଉଁ ଉତ୍ସାହ ମୁଁ ଆପଣଙ୍କ ଚେହେରାରେ ଦେଖୁଛି ତାହା ଆରୋନାଈ ଏବଂ ଡ଼ୋଖୋନାର ରଙ୍ଗାରଙ୍ଗ ମାହୋଲ ଠାରୁ ମୋତେ ଅଧିକ ସନ୍ତୋଷ ପ୍ରଦାନ କରୁଛି। ସ୍ଵାଧୀନତା ପରେ ଏହା ସବୁଠାରୁ ବଡ଼ ରାଜନୈତିକ ରାଲି। ଆଜିର ଦିନ ସେହି ହଜାର ହଜାର ଶହୀଦଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ଦେଶ ଉଦ୍ଦେଶ୍ୟରେ ବଳିଦାନ ଦେଇଛନ୍ତି। ଆସାମରେ ଏବେ ଆଉ ହିଂସା ହେବ ନାହିଁ।

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ, ଆଜିର ଦିନ ଆସାମ ସହ ସମ୍ପୂର୍ଣ୍ଣ ନର୍ଥ-ଇଷ୍ଟ ପାଇଁ ୨୧ତମ ଶତାବ୍ଦୀର ଏକ ନୂତନ ଆରମ୍ଭ। ଆଜିର ଦିନ ଏକ ନୂଆ ସକାଳ, ନୂଆ ପ୍ରେରଣାକୁ ସ୍ଵାଗତ କରିବାର ଦିନ। ମୁଁ ବୋଡ଼ୋ ଲ୍ୟାଣ୍ଡ ମୁଭମେଣ୍ଟରେ ଅଁଶ ଗ୍ରହଣ କରିଥିବା ସମସ୍ତ ଲୋକଙ୍କୁ ରାଷ୍ଟ୍ରର ମୁଖ୍ୟ ସ୍ରୋତରେ ଯୋଡ଼ି ହେବା ପାଇଁ ଆହ୍ଵାନ କରୁଛି।  ମୋଦୀ ଏହି କ୍ଷେତ୍ର ପାଇଁ ୧୫୦୦ କୋଟି ଟଙ୍କାର ଏକ ସ୍ପେଶାଲ ଡେଭଲପମେଣ୍ଟ ପ୍ୟାକେଜ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ନର୍ଥ-ଇଷ୍ଟରେ ହିଂସାକାଣ୍ଡ କାରଣରୁ ହଜାର ହଜାର ଲୋକ ନିଜ ଦେଶରେ ଶରଣାର୍ଥୀ ହୋଇ ଅଛନ୍ତି। ଏବେ ସେହିମାନଙ୍କୁ ସମ୍ମାନର ସହିତ ସମସ୍ତ ସୁଖ ସୁବିଧା ଯୋଗାଇ ଦିଆଯିବ। ପୂର୍ବରୁ ନର୍ଥ-ଇଷ୍ଟ ରାଜ୍ୟକୁ ଦିଲ୍ଲୀ ଠାରୁ ବହୁ ଦୂରରେ ବୋଲି କୁହାଯାଉଥିଲା, ଏବେ ଦିଲ୍ଲୀ ଆପଣଙ୍କ ଦ୍ଵାର ପାଖକୁ ଆସିଛି। ପ୍ରତ୍ୟେକ ଆସାମ ବିରୋଧୀ, ଦେଶ ବିରୋଧୀଙ୍କୁ ଦେଶ ବରଦାସ୍ତ କରିବ ନାହିଁ।

Spread the love