ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ପ୍ରୟାସରେ ଦିବ୍ୟାଙ୍ଗ ହେଲେ ଆତ୍ମନିର୍ଭରଶୀଳ

ଭୁବନେଶ୍ୱର, 24/4/24: ପୁରୀ ଜିଲ୍ଲା ପିପିଲି ବ୍ଲକ ଦୁର୍ଗାଦାଶପୁର ପଞ୍ଚାୟତ ଅନ୍ତର୍ଗତ ଠଣଠଣ। ଗ୍ରାମର ୩୩ ବର୍ଷୀୟ ତରୁଣ ଡଗରା ଦୀର୍ଘ ୧୩ ବର୍ଷ ହେଲା  ଦୁର୍ଘଟଣାର ଶିକାର ହୋଇ ରୋଗ ଶଯ୍ୟାରେ ପଡି ରହିଥିଲେ।   ତାଙ୍କୁ ଆରାଧ୍ୟ ଚାରିଟେବଲ ଟ୍ରଷ୍ଟ ତରଫରୁ ଆତ୍ମନିର୍ଭରଶୀଳ କରିବାପାଇଁ ସମସ୍ତ ପ୍ରକାର ଦୋକାନ ସାମଗ୍ରୀ ପ୍ରଦାନ କରାଥିଲା । ଯାହା ଦ୍ୱାରା ତରୁଣ ଗୋଟିଏ ଦୋକାନ କରି ଏବେ ରୋଜଗାରକ୍ଷମ ହୋଇ ପାରିଛନ୍ତି।  ସେ ନିଜେ ଆଉ କାହା ଉପରେ ନିର୍ଭର ନ ହୋଇ ନିଜେ ସ୍ୱାଭିମାନର ସହ ବଞ୍ଚି ପାରୁଛନ୍ତି । କିଡନୀ ଓ ହାର୍ଟ ରୋଗ ରେ ପୀଡ଼ିତ ବାପା ମା ଙ୍କ ସେବା କରିପାରୁଛନ୍ତି । ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଛକ ପାଖ କୃପାଜଳ ଇଂଜିନିଅରିଂ କଲେଜ ନିକଟରେ ଏହି ଦୋକାନ ଅବସ୍ଥିତ । ଯଥା ସମ୍ଭବ ଏହି ଟ୍ରଷ୍ଟକୁ ଦାନ କରିଲେ ତରୁଣ ଭଳି ଆଉ କିଛି ଅସହାୟଙ୍କୁ ସାହାଯ୍ୟ ମିଳିପାରିବ।

Trust Name: Aaradhya Charitable Trust
Account Number: 3111493976 – (Kotak Mahindra)

Spread the love