ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଆସନ୍ତା ମାର୍ଚ୍ଚ ୫ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନୟନ୍ତୀରୁ ସପ୍ତାହ ବ୍ୟପୀ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବିଜୁ ଜନତା ଦଳ ନେଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ଯୁବ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୁବ ବିଜେଡି ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା ସଭାପତିମାନେ ଉପସ୍ଥିତ ହୋଇ ବିଭିନ୍ନ ପ୍ରସ୍ତାବମାନ ଦେଇଥିଲେ । ଏଥିରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ (ମୂଖ୍ୟାଳୟ) ସଂଜୟ ଦାସ୍‌ବର୍ମା ଓ ମାନ୍ୟବର ବିଧାୟକ ତଥା ସାଧାରଣ ସଂପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଆଗାମୀ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜିତ୍ ମହାନ୍ତି ରାଜ୍ୟ ମହାସଚିବ ଶିଶିର ପରିଜା, ଉପଦେଷ୍ଟା ରଂଜିତ ମହାପାତ୍ର ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି ଅମରେଶ ଜେନା, ଯୁବ ବିଜେଡି ଜୋନ୍ ସଭାପତି ଅଶୋକ ସାହୁ ରାଜ୍ୟ ଉପସଭାପତି ପୃଥୀବୀରାଜ୍ ସାହୁ, ରାଜକମଲ ଜେନା, ମନ୍ଦାକିନୀ କର, ଶୈଳେଶ୍ ଡାନୀ, ପ୍ରିତୀରଞ୍ଜନ ସାହୁ, ରାକେଶ କୁମାର ନାୟକ, ଦୟାନିଧି ନାୟକ, ପ୍ରୟାସକାନ୍ତି ସାମଲ, ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ଜେନା, ଧୃତି ମାର୍ଥା, ସୁନିଲ କୁମାର ପଣ୍ଡା, ଦେବାଶିସ୍ ସିଟ୍‌, ସମୀର ପ୍ରଧାନ, କିଶୋର ନାୟକ, ଜୟରାମ ଦାସ, ଧର୍ମେନ୍ଦ୍ର ଅଧିକାରୀ, ସୁମନ୍ତ ପଣ୍ଡା, ଦେବୀପ୍ରସାଦ ପଟ୍ଟନାୟକ, ମହମଦ୍ ସହିଦ୍‌, ବିଜୟ କୁମାର ପାଲଟାସିଂ, ତନ୍ମୟ ସ୍ୱାଇଁ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, କାହ୍ନୁ ପାତ୍ର, ଅରୁଣ ବରାଡ, ଏଲିନା ଦାସ ସଂପାଦକ ମଳୟ ରଞ୍ଜନ ପତୀ, ଆଶିଷ୍ ମିଶ୍ର, ଶୁଭ୍ରାଂସୁ ନାରାୟଣ ମିଶ୍ର, ତାରିଣୀ ପ୍ରସାଦ ନାୟକ, ସୁଭାଶିଷ୍ ଖୁଣ୍ଟିଆ, ଅଂଶୁମାନ୍ ରଶ୍ମୀସାଗର ସେଠୀ, ସ୍ୱରାଜଲକ୍ଷ୍ମୀ ସାମଲ, ଅବିନାଷ ପ୍ରଧାନ, ମଧୁସ୍ମିତା ପରିଡା, ଜନସନ୍ ମହାପାତ୍ର, ରଂଜିତ୍ ରାୟ, ଅନୱାର୍ ଅଲ୍ଲୀ, ଅସିତ୍ ରାୟ, ସତ୍ୟବ୍ରତ ପଟ୍ଟନାୟକ, ପୁର୍ଣ୍ଣେନ୍ଦୁ ପୁଜାପଣ୍ଡା, ଅଫତାବ୍ ଆଲାମ୍ ଖାନ୍‌, ଅମରେନ୍ଦ୍ର ବାସା ସହ ରାଜ୍ୟ ଯୁବ ଆଇଟି ୱିଙ୍ଗ୍ ସଦସ୍ୟ ହରିଶ ଚୌଧୂରୀ, ସଙ୍କେତ୍ ରାୟ ଏବଂ ସମସ୍ତ ଜିଲ୍ଲା ସଭାପତିମାନେ ଉପସ୍ଥିତ ଥିଲେ ।

Spread the love