ଲୁଇପା ଡିଗ୍ରୀ ମହାବିଦ୍ୟାଳୟରେ ମତଦାନ ସଚେତନତା କାର୍ଯ୍ୟକ୍ରମ

ଉଦଳା, ୨୬/୦୪: ଲୁଇପା ଡିଗ୍ରୀ ମହାବିଦ୍ୟାଳୟ ରାଡୋ ମୟୂରଭଞ୍ଜରେ ମତଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଗୌରାଙ୍ଗ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ଉଦଳା ବ୍ଲକର ବିଡିଓ ତୃପ୍ତି ବଢ଼େଇ ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ମତଦାନ ସଚେତନତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ବିରାଟ ପଟୁଆରରେ ପ୍ଲାକାର୍ଡ ଧରି ରାତୋ ଗ୍ରାମ ପରିକ୍ରମା କରିଥିଲେ । ଏଥିସହିତ ସାଇକେଲ ଶୋଭାଯାତ୍ରା ତଥା ସାକ୍ଷରତା ଅଭିଯାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୋଟର ସଚେତନତା ସ୍ୱରୂପ ତର୍କ ପ୍ରତିଯୋଗିତା, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା । ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ସାକ୍ଷରତା କ୍ଲବର ନୋଡାଲ ଅଫିସର ଅଧ୍ୟାପକ ଶୁଭଶ୍ରୀ ବେହେରା ଛାତ୍ରଛାତ୍ରୀମାନଙ୍କୁ ସ୍ୱାକ୍ଷରପୂର୍ବକ ମତଦାନ ପାଇଁ ଶପଥ ପାଠ କରାଇଥିଲେ ।


ଅଧ୍ୟାପକ କାରିଙ୍କ କୁମାର ଆଚାର୍ଯ୍ୟ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ ବେଦମନ୍ତ୍ର ଧ୍ୱନିରେ ସଭାକାର୍ଯ୍ୟର ଅୟମ ଆରମ୍ଭ କରିଥିଲେ । ଅଧ୍ୟାପକ ଦୀପ୍ତିମାନ ଦେ, ସମୀର କୁମାର ନାୟକ, ସୁବାସ କୁମାର ନାୟକ, ଭାରତୀ ଗିଡି ପ୍ରମୁଖ ଅତିଥିମାନେ “ନିର୍ବାଚନ ଉତ୍ସବ, ଦେଶର ଗୌରବ” ଶୀର୍ଷକ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀମାନେ ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ଘୋଷିତ ଶପଥପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇ ଏହାକୁ ସଫଳ ରୂପାୟନ କରିଥିଲେ ।

Spread the love