ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ମାରାଥନ ପ୍ରଚାର

ଭୁବନେଶ୍ୱର,୨୮/୦୪: ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେପି ର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଆଜି ନିର୍ବାଚନ ମଣ୍ଡଳୀରେ ମାରାଥନ ପଦଯାତ୍ରା,ସମାବେଶ, ଚା ଖଟି କରି ଲୋକଙ୍କ ସହ ମିଷୁଛନ୍ତି। ଆଜି ପଳାଶପଲ୍ଲୀ,ଭୀମଟାଙ୍ଗୀ, କପିଳପ୍ରସାଦ,ଜାଗମରା , ଲିଙ୍ଗିପୁର ଅଞ୍ଚଳରେ ରେ ମାରାଥନ ପଦଯାତ୍ରା କରି ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ବିଜେପି କୁ ଭୋଟ୍ ଦେଇ ଜିତିଈବାକୁ ଅନୁରୋଧ କରିଥିଲେ। ଜାଗମରା ପଦଯାତ୍ରା ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଏଥର ଦୁଇଟି ଭୋଟ ବିଜେପି କୁ ଦେବାକୁ ଅନୁରୋଧ କରିଥିଲେ।ଏହି ଅବସରରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ କହିଛନ୍ତି ଯେ,କେତେଦିନ ସହିବା ଏକାମ୍ର ରେ ଏଥର ପରିବର୍ତ୍ତନ ଆଣିବା। ଦୁର୍ନୀତି ଭ୍ରଷ୍ଟାଚାର ପୂର୍ଣ୍ଣ ବିଜେଡ଼ି ଦଳକୁ ଏଥର ଲୋକେ ଗ୍ରହଣ କରିବେ ନାହିଁ।ଏକାମ୍ର ନିର୍ବାଚନ ମଣ୍ଡଳୀର ଅସ୍ମିତା ପାଇଁ ସ୍ୱାଭିମାନ ପାଇଁ ଲଢ଼େଇ ହେବ ଏଥର।ବିଶ୍ୱାସ ଅଛି ଏଥର ଏକାମ୍ର ରେ ବିଜେପି ବିପୁଳ ଭୋଟ ରେ ବିଜୟ ଲାଭ କରିବ ବୋଲି ବାବୁ ସିଂ କହିଛନ୍ତି।

Spread the love