ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର, ତା.୦୩/୦୫: ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ । ୨୦୨୪ ସାଧାରଣ ନିର୍ବାଚନ ଓଡିଶା ପାଇଁ ପରିବର୍ତନର ନିର୍ବାଚନ ହେବ । ଉଭୟ କେନ୍ଦ୍ର ଓ ଓଡିଶାରେ ବିଜେପିର ସରକାର ଗଠନ ହେବ । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା କାଲି କେନ୍ଦ୍ର ବୈଦେଶୀକ ବ୍ୟାପାର ମନ୍ତ୍ରୀ ଡା.ଏସ୍ ଜୟଶଙ୍କର ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ଡ.ଜୟଶଂକର ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବା ସହିତ ସଂଧ୍ୟାରେ ବୁଦ୍ଧିଜୀବି ସମ୍ମିଳନୀକୁ ସମ୍ବୋଧନ କରିବେ । ଶ୍ରୀ ଜୟଶଂକର ଆସନ୍ତା ୫ ତାରିଖ ଦିନ କଟକଠାରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସେହିପରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ଆସନ୍ତା ୫ତାରିଖରେ ଭୁବନେଶ୍ୱର ଓ କଟକଠାରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ।

Spread the love