ଆମ ଭୋଟ, ଆମ ରୁଚି: ଭୋଟ୍ ସଚେତନତା ପାଇଁ ରୁଚି ଚା’ର ଅଭିନବ ବାର୍ତ୍ତା

ଭୁବନେଶ୍ୱର, ୮ା୫ : ଓଡ଼ିଶାର ଘରେ ଘରେ ବେଶ୍ ଲୋକପ୍ରିୟ ୪୮ବର୍ଷର ରୁଚି ଫୁଡ଼୍‌ଲାଇନ୍ ପକ୍ଷରୁ ଉତ୍ପାଦିତ ରୁଚି ଚା’ର ଜନସଚେତନତା ମୂଳକ ବାର୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ଲୋକାର୍ପିତ ହୋଇଛି  । ଅଳ୍ପଦିନ ଭିତରେ ରୁଚି ବ୍ରାଣ୍ଡ ଚା’ ନିଜର ସ୍ୱାଦ ଓ ଗୁଣାତ୍ମକ ମାନ ଯୋଗୁ ଗ୍ରାହକମାନଙ୍କ ଦ୍ୱାରା ବେଶ୍ ଆଦୃତି ହୋଇଥିବାରୁ ଏହାର ଲୋକପ୍ରିୟତାକୁ ଆଖି ଆଗରେ ରଖି ଏକ ଅଭିନବ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି  । ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ଭୋଟରମାନଙ୍କୁ ସଚେତନ କରିବା ସହିତ କାହାଦ୍ୱାରା ପ୍ରଭାବିତ ନହୋଇ ନିଜର ମୂଲ୍ୟବାନ ଭୋଟ ଦେବାକୁ ମଧ୍ୟ ଏହି ବିଜ୍ଞାପନ ବାର୍ତାରେ କୁହାଯାଇଛି  । ବିଶେଷକରି ସ୍ୱତଃପ୍ରବୃତ ଭାବରେ ନିଜର ନିଷ୍ପତି ନିଜେ ନେବାକୁ ରୁଚି ନିଜର ଟ୍ୟାଗ୍ ଲାଇନ୍‌ରେ ବାର୍ତା ଦେଇ କହିଛି ‘ଆମ ଭୋଟ୍‌-ଆମ ରୁଚି’  । ସୂଚନାଯୋଗ୍ୟ ଯେ, ବର୍ତମାନ ବଜାରରେ ‘ରୁଚି’ର ୪ ପ୍ରକାର ଚା’- ଉତ୍କଳ ଡଷ୍ଟ, ଉତ୍କର୍ଷ ପ୍ରିମିୟମ, ଇଲାଇଚ୍ ଓ ଉତ୍କର୍ଷ ଲିଫ୍ ମିଳୁଛି  । ଆଜି ଭୁବନେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ରୁଚି’ର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ କହିଥିଲେ ଯେ, ଓଡ଼ିଶାର ପ୍ରିୟ ଗ୍ରାହକମାନଙ୍କୁ ସବୁବେଳେ ନୂଆ ସ୍ୱାଦ ଓ ନୂଆ ଚଏସ୍‌ର ସାମଗ୍ରୀ ଯୋଗାଇ ଦେବା ଆମର ମୂଳ ଲକ୍ଷ୍ୟ  । ସେଥିପାଇଁ ଉଚ୍ଚ ଗୁଣମାନଯୁକ୍ତ ବିଶୁଦ୍ଧ ଓ ବେଶ୍ ସ୍ୱାସ୍ଥ୍ୟ ଉପଯୋଗୀ ରୁଚି ଚା’ ଲୋକମାନଙ୍କ ପାଇଁ ବିଶେଷ ଗ୍ରହଣୀୟ ହୋଇପାରିଛି  । ‘ରୁଚି’ର ନିର୍ଦ୍ଦେଶକ ଅରବିନ୍ଦ ସାହୁ କହିଥିଲେ ଯେ, ପୂର୍ବଭାରତରେ ଉତ୍ପାଦିତ ହେଉଥିବା ସବୁଠାରୁ ଭଲ ଚା’ ‘ରୁଚି’ ପକ୍ଷରୁ ଆମଦାନି କରି ଏହାର ବଜାର ପ୍ରବେଶ କରାଯାଇଛି  । ବର୍ତମାନ ସମୟରେ ଯୁବବର୍ଗ ସମେତ ସବୁ ଶ୍ରେଣୀର ଗ୍ରାହକମାନଙ୍କୁ ଆମେ ଏକ ସଚେତନ ବାର୍ତା ଦେଇ ନିଜର ସଠିକ ଓ ଉଚିତ ନିଷ୍ପତି ନେବାପାଇଁ ଏହି ବିଜ୍ଞାପନ ମାଧ୍ୟମରେ ନିବେଦନ କରିଛୁ  । ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଦୀର୍ଘ ୪୮ବର୍ଷର ଅନୁଭୂତି ଓ ଅଭିଜ୍ଞତା ଏବଂ ସବୁ ଶ୍ରେଣୀର ଗ୍ରାହକମାନଙ୍କ ଗ୍ରହଣୀୟତା ପାଇଁ ‘ରୁଚି’ ଏବେ ୩୦୦ରୁ ଊର୍ଦ୍ଧ୍ୱ ସାମଗ୍ରୀ ଉତ୍ପାଦନ ଓ ବିପଣନ କରୁଛି  ।
ଅନ୍ୟମାନଙ୍କ ମଧ୍ୟରେ ‘ରୁଚି’ର ନିର୍ଦ୍ଦେଶିକା ଶ୍ରୀମତୀ ସଙ୍ଗୀତା ସାହୁ, ନିର୍ଦ୍ଦେଶିକା ଶ୍ରୀମତୀ ସଲିନା ସାହୁ ଓ ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ  । ପ୍ରାରମ୍ଭରେ ‘ରୁଚି’ର ମାର୍କେଟିଂ ହେଡ଼୍ ଦେବବ୍ରତ ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ରୁଚି ଦମଦାର୍ ଚା’ କିଭଳି ଅଳ୍ପଦିନ ମଧ୍ୟରେ ଗ୍ରାହକମାନଙ୍କ ପାଖରେ ଆଦୃତ ହୋଇପାରିଛି ଏବଂ ରୁଚି ଚା’ର ଚାହିଦା ଓ ଏହାର ବଜାର ଉପଯୋଗିତା ସଂପର୍କରେ ଉଲ୍ଲେଖ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ସେଲ୍‌ସ ବିଭାଗ ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ନ୍ୟାୟବ୍ରତ ରାଉତ, ହ୍ୱାଇଟ୍ କାନ୍‌ଭାସର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା, ଚିୁ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love