ନବୀନ ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ନ୍ୟାସ ନେବି: ପାଣ୍ଡିଆନ

ଜୁନ ୯ତାରିଖରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ନବୀନ ମୁଖ୍ୟମନ୍ତ୍ରୀ ନହେଲେ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି କହିଛନ୍ତି ବିଜେଡି ନିର୍ବାଚନ ମୁଖ୍ୟ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ। ବ୍ରଜରାଜନଗରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ନାଁ  ନନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ପାଣ୍ଡିଆନ। କେନ୍ଦ୍ରମନ୍ତ୍ରୀ ଲଗାତାର ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିଆସୁଛନ୍ତି। ଦଳ ତାଙ୍କ ଉପରେ ଭରସା ରଖୁନାହିଁ। ଯଦି ସାହସ ଅଛି ତେବେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି। ଏହା ସହ ନିର୍ବାଚନରେ ତିନି ଚତୁର୍ଥାଂଶ ଆସନରେ ବିଜେଡି ବିଜୟୀ ହୋଇ ନବୀନ ବାବୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି। ବିରୋଧୀ ମୋତେ ଚାମଚା କହିଲେ, ଗୁମାସ୍ତା କହିଲେ। ମୁଁ ଆହ୍ବାନ କରୁଛି ବିରୋଧୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ। କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, ଏବେ ଆସୁଛନ୍ତି, ନିର୍ବାଚନ ସରିଗଲେ ଆଉ ଆସିବେନି। ନିର୍ବାଚନ ପାଇଁ ଆସୁଛନ୍ତି, ମିଠାମିଠା କଥା କହୁଛନ୍ତି। ଆଜି ପର୍ଯ୍ୟନ୍ତ ରାଜ୍ୟ ପାଇଁ କଣ କରିଛନ୍ତି କୁହନ୍ତୁ ବୋଲି ପ୍ରଶ୍ନ କରିଛନ୍ତି। ସମ୍ବଲପୁରରେ ନିର୍ବାଚନ ଲଢ଼ୁଛନ୍ତି, କଣ କାମ କରିଛନ୍ତି। ଆପଣଙ୍କୁ ଆପଣଙ୍କ ଦଳ ବିଶ୍ବାସ କରୁନି, ଲୋକେ କଣ ବିଶ୍ବାସ କରିବେ ବୋଲି ପ୍ରଶ୍ନ କରି ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

Spread the love