ନାମାଙ୍କନ ଭରିଲେ ମନମୋହନ ସାମଲ ଓ ବୈଜୟନ୍ତ ପଣ୍ଡା

ନାମାଙ୍କନ ଭରିଲେ ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଜେପି ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ।  ବୈଜୟନ୍ତ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଭରିଲେ ମନମୋହନ ସାମଲ। ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ବୈଜୟନ୍ତ ପଣ୍ଡା ବିଶାଳ ଶୋଭାଯାତ୍ରାରେ ଆସିଥିଲେ । ପ୍ରଥମେ ସେ ତିନି ମୁହାଣି ସ୍ଥିତ ରାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ତିନି ମୁହାଣିରୁ ଶୁଭେଛୁ, ସମର୍ଥକ ଓ ବିଜେପି କର୍ମକର୍ତ୍ତାଙ୍କ ସହ ଏକ ବିରାଟ ପଟୁଆର ବାହାରିଥିଲେ। ବୈଜୟନ୍ତଙ୍କ ବିଶାଳ ଶୋଭାଯାତ୍ରା ଲ’ କଲେଜ, ତିନି ମୁହାଁଣି ଛକ, କଜଳା, ମହିପାଳ, ନୂଆ ବସ୍‌ଷ୍ଟାଣ୍ଡ, ବଡ଼ ହାଟ ଓ ପୁରୁଣା ବସ୍‌ ଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ତା’ପରେ ସେ ସେଠାରେ ନାମାଙ୍କନପତ୍ର ଦାଖଲ କରିଥିଲେ।

Spread the love