ପିପିଲି ଓ ଡେଲାଙ୍ଗରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ଆସନ୍ତା ୨୫ ତାରିଖରେ ପୁରୀ ଲୋକସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ପ୍ରଚାରରେ କମମ୍ପୁଛି ଗାଁ ଠୁ ସହର। ସବୁଠି ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନା ଗୁଞ୍ଜରିତ ହେଉଛି। ମିଶନ ଶକ୍ତି ମା’ ଙ୍କ ଠାରୁ ଆରମ୍ଭ କରି ଚାଷୀ ଭାଇ ପର୍ଯ୍ୟନ୍ତ ସମସ୍ତେ ନବୀନ ସରକାର ପାଇଁ ନିଜକୁ ଗର୍ବିତ ମନେ କରୁଛନ୍ତି। ବିକାଶର ଅନ୍ୟନାମ ନବୀନ। ବିଜେଡି ସରାକାର ନବୀନ ବାବୁଙ୍କ ଗ୍ୟାରେଂଟି 5T। ୫ଟି  ମାଧ୍ୟମରେ ଆଜି ସବୁଠି ବିକାଶର ଚିତ୍ର ଦେଖିବାକୁ ମିଳିଛି। ରାସ୍ତା ଘାଟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଆଜି ନବୀନ ଓଡ଼ିଶା ସବୁଠୁ ଆଗରେ। ବିକାଶ ଯେତିକି ହୋଇଛି ତାହା ଠାରୁ ଅଧିକ ବିକାଶ ହେବା ପାଇଁ ପୁନର୍ବାର ଡ଼ବଲ ଇଂଜିନ ଭୋଟ ଦେବା ଦରକାର। ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଏବଂ ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ବିଜୟୀ କରାଇବା ପାଇଁ ଆଜି ପିପିଲି ପଦା ପଡ଼ିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ବିଜେଡ଼ି ନେତା କାର୍ତିକ ପାଣ୍ଡିଆନ କହିଛନ୍ତି।ପିପିଲି ଡେ଼ଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏହି କର୍ମୀ ସମ୍ମିଳନରେ ତଥା ନିର୍ବାଚନୀ ସଭାରେ କାର୍ତିକ ପାଣ୍ଡିଆନ ଯୋଗ ଦେଇ ବିରୋଧି ଉପରେ ବର୍ଷିଥିଲେ। ବିଜେପି ପିକନିକ୍‌ କରିବା ପାଇଁ ପୁରୀ ଆସିଛନ୍ତି। ଟୁରିଷ୍ଟ ଭାବରେ ପୁରୀ ସହର ପରିକ୍ରମା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଫେରିଯିବେ। ତାଙ୍କ ଉପରେ ଜମାରୁ ଭରଷା କରିବେ ନାହିଁ। ନବୀନ ବାବୁ ଆପଣଙ୍କ ସହିତ ସବୁବେଳେ ରହିଛନ୍ତି ଆଗକୁ ମଧ୍ୟ ସବୁବେଳେ ରହିବେ। ଆସନ୍ତା ନିର୍ବାଚନରେ ଆପଣମାନେ ଦୁଇ ଥର ଶଙ୍ଖ ଚିହ୍ନରେ ଭୋଟ ଦେଲେ ଆମ ନବୀନ ବାବୁ ସରକାର ଗଠନ କରିବେ ଆପଣମାନଙ୍କୁ ପ୍ରଥମ ଉପହାର ବାବଦ ବିଦ୍ୟୁତ ବିଲ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଦସ୍ତଖତ କରିବେ। ଏହାସହିତ ପିପିଲିରେ ଲୋ-ଭୋଲଟେଜର ସମସ୍ୟା ଦୀର୍ଘ ଦିନ ଧରି ରହିଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ସହଯୋଗରେ ସୁଧାର ଅଣାଯାଇ ସମସ୍ୟାକୁ ଦୁର କରାଯାଇପାରିଛି। ପିପିଲିର ଚାନ୍ଦୁଆକୁ ଉନ୍ନତି କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହିତ ଏହାକୁ ବିଶ୍ୱ ସ୍ତରୀୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବ୍ୟବସ୍ଥା କରିସାରିଛନ୍ତି।

Spread the love