କାଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ, ବୁଥ୍‌‌ମୁହାଁ ପୋଲିଂ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏହି ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା କ୍ଷେତ୍ର ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟ ମତଦାନ ପାଇଁ ପୁଲିଂ ପାର୍ଟିଗୁଡ଼ିକ ବୁଥ୍‌‌ମୁହାଁ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ମତଦାନ ପ୍ରକ୍ରିୟାରେ ୬୦ହଜାରରୁ ଊର୍ଦ୍ଧ୍ବ ପୋଲିଂ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଶନିବାରଠାରୁ ସେମାନେ ବୁଥ୍‌‌ମୁହାଁ ହୋଇଛନ୍ତି।

Spread the love