ଏହି ଗାଁରେ ୭ ବର୍ଷ ହେବ ଜନ୍ମ ହେଇନାହାନ୍ତି ଜଣେ ହେଲେବି ଶିଶୁ, ପିଲାଙ୍କ ଅଭାବ ପୂରଣ କରୁଛି କଣ୍ଢେଇ
ଖାଲି ସେତିକି ନୁହେଁ ଆୟନୋ ୭ ବର୍ଷ ହେବ ବିଭିନ୍ନ ସ୍ଥାନ ମାନଙ୍କରେ କଣ୍ଢେଇ ଫେଷ୍ଟିଭାଲ ମଧ୍ୟ ଆୟୋଜନ କରି ଆସୁଛନ୍ତି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ତାଙ୍କର ଲକ୍ଷ । ଏକ ରିପୋର୍ଟ ଅନୁଯାୟୀ ଜାପାନ ଯୁବକ ମାନଙ୍କ ସଂଖ୍ୟା ଦିନ କୁ ଦିନ ହ୍ରାସ ହେବାରେ ଲାଗିଛି । ତେଣୁ ଏଠି ବୟସ୍କ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜାପାନର ଅନେକ ସ୍ଥାନ ମାନଙ୍କରେ ଜନ୍ମ ହାର କମି ଯାଉଥିବାରୁ ଦେଶରେ ଏପରି ପରିସ୍ଥିତି ଉପୁଜିଥିବା ଜଣାଯାଉଛି । ଜାପାନରେ ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ବୟସ ୬୫ ବର୍ଷରୁ ଅଧିକ | ଏହାବାଦ ଗାଁ ମାନଙ୍କର ଅଧିକାଂଶ ଲୋକ କାମ ପାଇଁ ସହରକୁ ମଧ୍ୟ ଯାଉଛନ୍ତି । ଏହି କାରଣରୁ ବି ଗାଁ ମାନଙ୍କର ଲୋକସଂଖ୍ୟା କମିବାରେ ଲାଗିଛି ।ନିଜ ସାଙ୍ଗ ମାନଙ୍କ ସହ ମିଶି ଆୟୋନା ଏଯାବତ ପ୍ରାୟ ୩୫୦ ଟି କଣ୍ଢେଇ ବନେଇ ସାରିଲେଣି ଯାହାକି ଗାଁର ଜନସଂଖ୍ୟା ଠାରୁ ମଧ୍ୟ ଅଧିକ ହେବ । ପୁରୁଣା କପଡା, ଖବର କାଗଜ, ବିଭିନ୍ନ ଅଦରକାରୀ ଜିନିଷ ମାନଙ୍କୁ ବ୍ୟବହାର କରି ହିଁ ସେମାନେ ଏହି ପୁତ୍ତଳିକା ଗୁଡିକୁ ପ୍ରସ୍ତୁତ କରିଥାନ୍ତି । ଗାଆଁ ମାନଙ୍କରେ ଏଗୁଡ଼ିକୁ ରଖାଯାଇ ହ୍ରାସ ପାଉଥିବା ଜନସଂଖ୍ୟା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି । ପ୍ରକୃତରେ ଆୟନା ହେଉଛନ୍ତି ପେସାରେ ଜଣେ ନର୍ସ । ତାଙ୍କ ଅନୁଯାୟୀ ଏହାଦ୍ୱାରା ଗାଁ ମାନଙ୍କର ସୌନ୍ଦର୍ଯ୍ୟ ଦିନ କୁ ଦିନ ବଢ଼ିବାରେ ଲାଗିଛି । ତୀର୍ଥ ଯାତ୍ରୀ ମାନେ ଆକୃଷ୍ଟ ହୋଇ ଅଧିକ ରୁ ଅଧିକ ସଂଖ୍ୟାରେ ଏହି ଗାଁକୁ ଆସିବାରେ ଲାଗିଛନ୍ତି । ଆୟନା ନିଜେ ବିବାହିତା ହୋଇଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।