ବିଜେପି ମିଛ କହିବାର ସବୁ ସୀମା ଟପିଗଲାଣି, ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ବାରମ୍ବାର ମିଛ ପ୍ରଚାର କରିବାରେ ଲାଗିଛି। ଯାହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ନିଜେ ନବୀନ। ମିଛ କହିବାର ଗୋଟିଏ ସୀମା ଥାଏ, ବିଜେପି ମିଛ କହିବାର ସବୁ ସୀମା ଟପିଗଲାଣି ବୋଲି କହି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ମାସେ ହେବ ରାଜ୍ୟବ୍ୟାପୀ ପ୍ରଚାର କରୁଛି । ଏଭଳି କହି ବିଜେପିକୁ କଡା ଜବାବ ଦେଇଛନ୍ତି ନବୀନ ।
#WATCH | Odisha CM Naveen Patnaik says, "There is a limit to the amount of lies BJP can tell. As you can see I am in very good health and I have been campaigning all over the state for months." pic.twitter.com/O91A8ZMNJO
— ANI (@ANI) May 24, 2024
ଅନ୍ୟପଟେ ନବୀନଙ୍କ ସ୍ବାସ୍ଥ୍ୟକୁ ନେଇ ବିଜେପିର ବାରମ୍ବାର ଏପରି ମିଛି ପ୍ରଚାରକୁ ନେଇ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ବିଜେପି ନେତା କିଛି ନୂଆ ଚିନ୍ତାଧାରା ଆଣିବା ପରିବର୍ତ୍ତେ ଭିତ୍ତିହୀନ କଥା କହୁଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏଭଳି ଅପପ୍ରଚାରକୁ ଓଡ଼ିଶାବାସୀ ଗ୍ରହଣ କରିବେନି।