ମତଦାନବେଳେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଶନିବାର ମତଦାନବେଳେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ । ଅଂଶୁଘାତ ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ବାହାଲୁଣ୍ଡା ଗ୍ରାମ ୧୩୬ ନମ୍ବର ବୁଥ୍ରେ ଭୋଟିଂ ଚାଲିଥିବାବେଳେ ଅଘଟଣ ଘଟିଛି । ମୃତ ପୋଲିଂ ଏଜେଣ୍ଟ ହେଉଛନ୍ତି ୬୪ ବର୍ଷୀୟ ଶୁକଦେବ ପଟ୍ଟନାୟକ । ସେ ବିଜେପି ଦଳରେ କାମ କରୁଥିଲେ । ଶନିବାର ମତଦାନ ଚାଲିଥିବାବେଳେ ଶୁକଦେବ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ପ୍ରଥମେ ରାସୋଳ ଓ ପରେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

Spread the love