ପାକିସ୍ତାନ କ୍ରିକେଟ ବନ୍ଦ ହୋଇଯିବା ଉଚିତ: ପାକିସ୍ତାନୀ ବିଶେଷଜ୍ଞ

ନୂଆଦିଲ୍ଲୀ: ପାକିସ୍ତାନର କ୍ରିକେଟରମାନେ ଟି -୨୦ ମ୍ୟାଚ୍ ଖେଳୁଛନ୍ତି। ଇତିମଧ୍ୟରେ ପାକିସ୍ତାନ ଟିମକୁ ଆୟର୍ଲାଣ୍ଡ ଠାରୁ ଆରମ୍ଭ କରି ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡଠୁ ପରାସ୍ତ ହେବାକୁ ପଡ଼ିଛି। ପାକିସ୍ତାନୀ କ୍ରିକେଟରଙ୍କ ଏଭଳି ପରାଜୟକୁ ନେଇ ଚିନ୍ତିତ ଥିବା ପାକିସ୍ତାନର ବିଶେଷଜ୍ଞ କମର ଚିମା କହିଛନ୍ତି, ଆୟର୍ଲାଣ୍ଡ ଠାରୁ ଆରମ୍ଭ କରି ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡଠୁ  ପାକିସ୍ତାନ ଦଳ ପରାସ୍ତ ହେଉଛି। ଏହା ସବୁଠାରୁ ଚିନ୍ତାର କାରଣ। ଟିମରେ ଭଲଭଲ ଖେଳାଳି ଅଛନ୍ତି। କିନ୍ତୁ ପରିଚାଳନା ସଠିକ ଭାବେ ହୋଇପାରୁ ନାହିଁ।

ବର୍ତ୍ତମାନ ପାକିସ୍ତାନ କ୍ରିକେଟରେ ରାଜନୀତି ପ୍ରବେଶ କରିଯାଇଛି। ଟିମର ଖେଳାଳିଙ୍କର ବଡ଼ବଡ଼ ନେତାଙ୍କ ସହ ହାତ ଅଛି। ଏହି କାରଣରୁ ଯେଉଁ ଖେଳାଳିମାନେ ଭଲ ଖେଳୁ ନାହାନ୍ତି  ସେମାନଙ୍କୁ ଚେଷ୍ଟା କରିବି ପାକିସ୍ତାନ କ୍ରିକେଟ୍ ବୋର୍ଡ ଦଳରୁ ବାହାର କରି ପାରୁ ନାହିଁ। ଏଭଳି ପରିସ୍ଥିତିରେ ନୂତନ ଖେଳାଳିଙ୍କୁ ବି ସୁଯୋଗ ମିଳୁନାହିଁ। ସମଗ୍ର ଦଳରେ କେବଳ ରାଜନୀତି ଚାଲିଛି, ଯେଉଁ କାରଣରୁ ପାକିସ୍ତାନ ଦଳ ନଷ୍ଟ ହୋଇହୋଇ ଚାଲିଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ପାଇଁ କୌଣସି ମ୍ୟାଚ୍ ଜିତିବା କଷ୍ଟକର ହୋଇଯାଇଛି। ମୁଁ ଜାଣିଛି ଆଗକୁ ବି ଏଥିରେ କୌଣସି ସୁଧାର ଅଣାଯାଇ ପାରିବ ନ‌ାହିଁ। ତେଣୁ ଏହାକୁ ବନ୍ଦ କରିଦେବା ଭଲ ହେବ। ପାକିସ୍ତାନକୁ ଜୁନ୍ ୯ରେ ଭାରତ ବିପକ୍ଷରେ ଖେଳିବାକୁ ପଡିବ। ଏପରି ଦୁର୍ବଳ ଦଳ ଭାରତ ସହିତ କିପରି ପ୍ରତିଦ୍ୱନ୍ଦ୍ୱିତା କରିବ ତାହା ଚିନ୍ତାର ବିଷୟ ପାଲଟିଛି।’

Spread the love